pr

ବନ୍ଧୁତ୍ୱ ଇଜି ବଲ ମ୍ୟାଚ୍‌ ଅନୁଷ୍ଠିତ

dr. purohit

ରାଉରକେଲା, (ସସ୍ମିତା ପ୍ରଧାନ) : ବାସନ୍ତୀ ପାଠାଗାରର କ୍ରୀଡା ସମ୍ପାଦକଙ୍କ ଆବାହକତ୍ତ୍ୱରେ ଏକ ବନ୍ଧୁତ୍ୱ ଇଜି ବଲ ମ୍ୟାଚ୍‌ ଡିଏଭି ପଲିଟେକ୍‌ନିକ୍‌ ଖେଳ ପଡିଆରେ ଅନୁଷ୍ଠିତ ହେଇଯାଇଛି । ବାସନ୍ତୀ ପାଠାଗାର, ପ୍ରଗତି ଉତ୍କଳ ସଙ୍ଘ, ଗୋପବନ୍ଧୁ ପାଠାଗାର ବରିଷ୍ଠ ନାଗରିକ ଖେଳାଳିମାନଙ୍କ ମଧ୍ୟରେ ଏହି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ନାରାୟଣ ଖଣ୍ଡେଲୱାଲ ନେତୃତ୍ଵାଧିନ ଦଳ ପ୍ରସନ୍ନ ସାବତ ନେତୃତ୍ୱାଧିନ ଦଳକୁ ୨୬୪ – ୨୪୮ ପଏଣ୍ଟରେ ପରାସ୍ତ କରି ବିଜୟୀ ହୋଇଥିଲେ । ପ୍ରତିଯୋଗିତାରେ ପ୍ରଫେସର ଗିରିଜା ଶଙ୍କର ଗୋସ୍ୱାମୀ ମୁଖ୍ୟ ଅତିଥି ଏବଂ ପ୍ରଫେସର ଜେକେ ରାଓ ବରିଷ୍ଠ ଅତିଥି ଭାବରେ ଯୋଗ ଦେଇ କହିଲେ ଯେ, ବରିଷ୍ଠ ନାଗରିକମାନଙ୍କ ଏଇ ଭଳି ପ୍ରତିଯୋଗିତା ସେମାନଙ୍କ ସ୍ୱାସ୍ଥ୍ୟ ତଥା ନିବିଡ଼ ବନ୍ଧୁତା ସ୍ଥାପନା ପାଇଁ ଉପଯୋଗୀ ହେବ । ସେଥିପାଇଁ ଇଜି ବଲ ଖେଳର ସଂଯୋଜକ ଗଦାଧର ରଥଙ୍କୁ ଧନ୍ୟବାଦ ଦେଇଥିଲେ । କ୍ରୀଡ଼ାବିତ୍‌ ଅରବିନ୍ଦ ପାତ୍ର ଏବଂ ଗଦାଧର ରଥ ଖେଳ ପରିଚାଳନା କରିଥିଲେ । ଅଜୟ କୁମାର ପ୍ରଧାନ, ସଞ୍ଜୟ କୁମାର ମିଶ୍ର, ବସନ୍ତ ମହାରଣା, ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟ, ସୁମନ୍ତ ପତି, ଦିଗାମ୍ବର ପାଢ଼ୀ, ବିଭୁଦତ୍ତ ବେହେରା, ଅନିଲ କୁମାର ଦାସ, ବିଜୟ କୁମାର ସାହୁ, ଶରତ ଚନ୍ଦ୍ର ରାଉତ, ବରୁଣ ନାହାକ, ବିଶ୍ୱନାଥ ଜେନା, ହରିହର ନାୟକ, ଶ୍ରୀକାନ୍ତ ପାଣିଗ୍ରାହୀ ଇତ୍ୟାଦି ଖେଳରେ ଅଂଶଗ୍ରହଣ କରିଥିଲେ । ରାଧାମୋହନ ନାୟକ, କୈଳାଶ ସାମଲ, ମୁରାରୀ ପ୍ରଧାନ, ସୁରଜ ପାତ୍ର ଏବଂ କୁଳମଣି ଦାସ ଖେଳ ପରିଚାଳନାରେ ସହଯୋଗ କରିଥିଲେ ।

nrusinghnath
Leave A Reply

Your email address will not be published.