pakka

ରାଜ୍ୟସ୍ତରୀୟ ସୁପର ସ୍ଵିମିଂ ଚାମ୍ପିୟନସିପରେ ଛତ୍ରପୁର କ୍ଲବ ପକ୍ଷରୁ ପ୍ରତିଯୋଗୀ ଜି.ତୁଷାରଙ୍କ ପ୍ରଥମ ସ୍ଥାନ ଅଧିକାର

bbehera

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭୁବନେଶ୍ୱରରେ ଏକ ରାଜ୍ୟସ୍ତରୀୟ ସନ୍ତରଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଓଡିଶାର ପ୍ରତ୍ୟେକ କୋଣ ଅନୁକୋଣରୁ ୩୫୦ ଖେଳାଳି ଭାଗ ନେଇଥିଲେ । ପ୍ରତ୍ୟେକ ଜିଲ୍ଲାରୁ ବଛା ବଛା ପ୍ରତିଯୋଗୀଙ୍କୁ ଚୟନ କରି ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଏହି ପ୍ରତିଯୋଗିତାରେ ଗଞ୍ଜାମ ଜିଲ୍ଲା ଛତ୍ରପୁର ସହରର ୧୫ ଜଣ ଖେଳାଳି ଅଂଶଗ୍ରହଣ କରିଥିଲେ । ଜେଏସ୍‌ଡବ୍ଲୁ ଗଞ୍ଜାମ ଛତ୍ରପୁର କ୍ଲବ ତରଫରୁ ମଧ୍ୟ ୧୫ ଜଣ ବଛା ବଛା ଖେଳାଳି ଏହି ସୁପର ସ୍ଵିମିଂ ଚାମ୍ପିୟନସିପ ପ୍ରତିଯୋଗିତାରେ ଭାଗ ନେଇଥିଲେ । ପ୍ରତିଯୋଗିତାର ଶେଷରେ ଜେଏସ୍‌ଡବ୍ଲୁ ଗଞ୍ଜାମ ଛତ୍ରପୁର କ୍ଲବ ପକ୍ଷରୁ ଅଂଶଗ୍ରହଣ କରିଥିବା ପ୍ରତିଯୋଗୀ ଜି.ତୁଷାର ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ପ୍ରଥମ ସ୍ଥାନ ହାସଲ କରିଛନ୍ତି । ପ୍ରଥମ ସ୍ଥାନ ହାସଲ ପରେ ପୁରସ୍କାରରେ ତାଙ୍କୁ ସ୍ୱର୍ଣ୍ଣ ପଦକ ସହିତ ଅର୍ଥରାଶି ପ୍ରଦାନ କରାଯାଇଥିଲା । ଏହି କୃତିତ୍ୱରେ ସ୍ଵିମିଂ କୋଚ ଦୀପକ କିଶାନ, ପରିବାର ବର୍ଗ ଏବଂ ସହପାଠୀ ବିଜୟୀ ତୁଷାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

jay balangir
Leave A Reply

Your email address will not be published.

fifteen − 2 =