centurian jitm

ଚିଟ୍‌ଫଣ୍ଡ ମିଳିତ ମଞ୍ଚର ସାଧାରଣ ବୈଠକ ଅନୁଷ୍ଠିତ

nschool

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ରାଜବୋଡ଼ାସମ୍ବର ପଦ୍ମପୁର ସ୍ଥିତ ଗୋରୁ ବଜାର ଠାରେ ଚିଟ୍‌ଫଣ୍ଡ ମିଳିତ ମଞ୍ଚ ସଭ୍ୟ ତଥା କୃଷକ ନେତା ରମେଶ ମହାପାତ୍ର, ଜିଲ୍ଲା ସଂଯୋଜକ ସୁଶାନ୍ତ ମହାପାତ୍ରଙ୍କ ଆହ୍ୱାନ କ୍ରମେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଲିଙ୍ଗରାଜ ପ୍ରଧାନଙ୍କ ସଭାପତିତ୍ୱରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରି ସରକାର ଦୀର୍ଘ ନଅ ବର୍ଷ ହେଲା ଭୋଟ୍ ସମୟରେ ଜମାକାରୀମାନଙ୍କ ଠାରୁ ଭୋଟ କିଣିଲା ଭଳି ଟଙ୍କା ଦେଇ ମୁହଁ ବନ୍ଦ କରୁଛନ୍ତି ବୋଲି ମତ ପ୍ରକାଶ ପାଇଛି । କିନ୍ତୁ ସରକାର ବର୍ତ୍ତମାନ ଯଦି ରାଜସ୍ୱ ନିରୀକ୍ଷକ ଅଧିକାରୀ ତଥା ବ୍ଲକ ତହସିଲ ମାଧ୍ୟମରେ କ୍ଷତିଗ୍ରସ୍ତ ଜମାକାରୀ ଲୋକଙ୍କୁ ଚିହ୍ନଟ କରି ଟଙ୍କା ଦେବେ ନାହିଁ ତେବେ ଆଗାମୀ ଦିନରେ ଜମାକାରୀମାନେ ଭୟାନକ ଆନ୍ଦୋଳନ କରିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଇଥିଲେ । ଝାରବନ୍ଦ ବ୍ଲକ, ପାଇକମାଲ ବ୍ଲକର କ୍ଷତିଗ୍ରସ୍ତ ଜମାକାରୀମାନଙ୍କୁ ନେଇ ଆସନ୍ତା ଅକ୍ଟୋବର ମାସ ୧୮ ତାରିଖ ମଙ୍ଗଳବାର ଦିନ ଝାରବନ୍ଦ ଠାରେ ଏକ ବୈଠକ ଅନୁଷ୍ଠିତ ହେବ ଓ ସେହି ବୈଠକରେ ଯୋଗ ଦେବା ପାଇଁ ସମସ୍ତ ଜମାକାରୀମାନଙ୍କୁ ଅନୁରୋଧ କରାଯାଇଥିଲା । ଦିବାକର ପାଢ଼ୀ, ବାସୁଦେବ ବାରିକ, ଡମ୍ବରୁ ପଟେଲ, ଡୋଳାମଣି ସାହା, ଡମ୍ବରୁ ସାହା, ଶତ୍ରୁଘ୍ନ ମହାକୁର, ଲୋକନାଥ ଜାଲ, ମଣ୍ଟୁ ଗଡଟିଆ, ନରୋତ୍ତମ ବାରିକ, ଦେବରାଜ ବେହେରା, ସୁଦାମ ବେହେରା, ସୁବାସ ମେହେର, ବରଗଡ଼ ଜିଲ୍ଲାର ବିଭିନ୍ନ କମ୍ପାନୀ ତଥା ସାଇ ପ୍ରକାଶ, ସାଇ ପ୍ରସାଦ ସିସୋର, ସାହାରା, ରୋଜ୍ ଭେଲି, ମାଇକ୍ରୋ ଫାଇନାନ୍ସ, ସବ୍ରୁଧି ଜୀବନ, ଲୋକିତ୍ ଭାରତୀର ଚିଟ୍‌ଫଣ୍ଡ ଜମାକାରୀମାନେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.