pakka

ଆନ୍ତର୍ଜାତୀୟ ମହିଳା ଦିବସ ଅନୁଷ୍ଠିତ

  • ମା’ମାନେ ସୁସ୍ଥ ସମାଜ ଗଠନର କର୍ଣ୍ଣଧାର : ମନ୍ତ୍ରୀ ଟୁକୁନି ସାହୁ
            
    ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ବେଲଗାଁ ସ୍ଥିତ କଲ୍ୟାଣ ମଣ୍ଡପଠାରେ ଆଜି ଏଚଏଲଏଫପିପିଟି ଅନୁଷ୍ଠାନ ଆନୁକୂଲ୍ୟରେ ମହିଳାଙ୍କ ସମ୍ମାନର ଦିବସ ଆନ୍ତର୍ଜାତୀୟ ମହିଳା ଦିବସ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅଥିତି ଭାବେ ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଉପସ୍ଥିତ ରହି ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମର ଶୁଭ ଉଦ୍‌ଘାଟନ କରିଥିଲେ । ଅନ୍ୟତମ ଅତିଥି ଭାବରେ, ଡ. ଶ୍ରୀପତି ଦାସମହାପାତ୍ର ରାଜ୍ୟ ପ୍ରମୁଖ ଏମ-ରାଇଟ, ରାଜେଶ କୁମାର ବେହେରା(ରାଜ୍ୟ ପ୍ରଭାରୀ, ଏମ-ରାଇଟ, ଏଚଏଲଏଫପିପିଟି), ଜିଲ୍ଲା ପରିଷଦ ରୀତା ରାଣୀ ହାତୀ, ସରପଞ୍ଚ ରାମଚନ୍ଦ୍ର ବେହେରା ଓ ଜ୍ୟୋତି କୁମାର ରଥ (ରିଜିଓନାଲ ମ୍ୟାନେଜର, ଏମ-ରାଇଟ, ଏଚଏଲଏଫପିପିଟି) ଯୋଗ ଦେଇଥିଲେ । ମହିଳାଙ୍କ ସମ୍ମାନର ଉର୍ଦ୍ଦେଶ୍ୟରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ହେଉଥିବା ବେଳେ ସମ୍ପ୍ରତି କୋଭିଡ ମହାମାରୀ ସମୟରେ ଅକ୍ଲାନ୍ତ ପରିଶ୍ରମ କରି ଲୋକମାନଙ୍କ ପାଖରେ କୋଭିଡ ବାର୍ତ୍ତା ପହଂଚାଇବା ଓ ସେମାନଙ୍କୁ ଟୀକାକରଣ କରାଇଥିବା ମହିଳାମାନଙ୍କୁ ଅତିଥି ଗଣଙ୍କ ଦ୍ୱାରା ସମ୍ମାନିତ କରଯାଇଥିଲା । ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ମହିଳାମାନଙ୍କର ସମାଜ ଗଠନ ପ୍ରତି ଭୂମିକା ଓ ତାଙ୍କର ଯୋଗଦାନ ଉପରେ ଆଲୋକପାତ କରି ମହିଳାମାନେ ସୁସ୍ଥ ସମାଜ ଗଠନର କର୍ଣ୍ଣଧାର ବୋଲି ନିଜର ମତ ରଖିଥିଲେ । ଆଗାମୀ ଦିନରେ ମଧ୍ୟ ଗ୍ରାମ ତଥା ସହରର ପ୍ରତ୍ୟେକ ମହିଳା କେମିତି ଆଗକୁ ବଢି ପାରିବେ ତା’ ବିଷୟରେ ସମାଜର ପ୍ରତ୍ୟେକ ମହିଳାଙ୍କୁ ଆହ୍ୱାନ କରିଥିଲେ । ଡାକ୍ତର ଶ୍ରୀପତି ଦାସମହାପାତ୍ର ସାରା ଓଡିଶାରେ ଚାଲିଥିବା ଏମ ରାଇଟ ପ୍ରୋଗ୍ରାମ ଉପରେ କହିଥିଲେ ଓ ଏଥିରେ ମହିଳାମାନଙ୍କର ଯୋଗଦାନ ଯଥା ପ୍ରତ୍ୟେକ ଆଶା କର୍ମୀ, ଅଙ୍ଗନୱାଡି, ମହିଳା ସମୂହ ଓ ଅନ୍ୟାନ୍ୟ ମହିଳାମାନଙ୍କର ଯୋଗଦାନକୁ ପ୍ରଶଂସା କରିଥିଲେ । ୧୦ ଜଣ ମହିଳାଙ୍କୁ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲା ପ୍ରଭାରୀ ରିତେଶ ରଞ୍ଜନ ସାହୁ ଓ ବ୍ଲକ ପ୍ରଭାରୀ ସଞ୍ଜୟ ନାଗ ଓ ସମସ୍ତ ଏମ ରାଇଟ -ଏଚଏଲଏଫପିପିଟି କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ ।
Leave A Reply

Your email address will not be published.

3 × two =