pakka

କେନ୍ଦ୍ର ଯୁବ ବ୍ୟାପାର, କ୍ରୀଡା, ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂହ ଠାକୁରଙ୍କ ଦ୍ୱାରା ଆସନ୍ତାକାଲି ପଞ୍ଜାବର ରୋପଡରେ ଯୁବ ଉତ୍ସବ

  • ଇଣ୍ଡିଆଅ୨୦୪୭ ଉଦ୍‌ଘାଟିତ ହେବ
  • ପ୍ରଥମ ପର୍ୟ୍ୟାୟରେ ଦେଶର ୧୫୦ ଜିଲ୍ଲାରେ ଯୁବ ଉତ୍ସବ ପାଳିତ ହେବ

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର କ୍ରୀଡା, ଯୁବ ବ୍ୟାପାର, ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଆସନ୍ତାକାଲି (୪ମାର୍ଚ୍ଚ ୨୦୨୩) ପଞ୍ଜାବରେ ରୋପଡରେ ଯୁବ ଉତ୍ସବ – ‘ଇଣ୍ଡିଆ ଆଟ୍‌ ୨୦୪୭ ଉଦ୍‌ଘାଟନ କରିବେ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ଠାକୁରଙ୍କ ଦ୍ୱାରା ମଧ୍ୟ ଯୁବ ଉତ୍ସବର ଡ୍ୟାଶ୍ବୋର୍ଡ ଉଦ୍‌ଘାଟିତ ହେବ ।
ଯୁବ ଉତ୍ସବ ମଧ୍ୟ ଏକ ସଙ୍ଗରେ ଉତ୍ତର ପ୍ରଦେଶର ପ୍ରତାପଗଡ, ଉତ୍ତରାଖଣ୍ଡର ହରିଦ୍ୱାର, ମଧ୍ୟପ୍ରଦେଶର ଧର୍ ଓ ହୋଶଙ୍ଗାବାଦ, ରାଜସ୍ଥାନର ହନୁମାନଗଡ, ଝାଡଖଣ୍ଡର ଷଢେଇକଳା, ପଞ୍ଜାବର କପୁରଥଲା, ମହାରାଷ୍ଟ୍ରର ଜଳଗାଁ, ଆନ୍ଧ୍ରପ୍ରଦେଶର ବିଜୟୱାଡା, ତେଲଙ୍ଗାନାର କରିମ ନଗର, କେରଳର ପାଲଖଡ ଓ ତାମିଲନାଡୁର କୁଡାଲୋରରେ ମଧ୍ୟ ଉଦ୍‌ଘାଟିତ ହେବ ।

ପ୍ରଥମ ପର୍ଯ୍ୟୟରେ ଚଳିତ ମାର୍ଚ୍ଚ ୩୧ତାରିଖ ସୁଦ୍ଧା ଯୁବଉତ୍ସବ ଦେଶର ୧୫୦ ଜିଲ୍ଲାରେ ଯୁବ ଶକ୍ତିର ପ୍ରଦର୍ଶନ ସ୍ୱରୂପ ଯୁବ ଉତ୍ସବ ପାଳନ କରାଯିବ । କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଏହାର ପ୍ରମୁଖ ସଂଗଠନ ନେହେରୁ ଯୁବ କେନ୍ଦ୍ର ସଂଗଠନ (ଏନ୍ୱାଇକେଏସ୍) ମାଧ୍ୟମରେ ଏହି “ଯୁବ ଉତ୍ସବ -ଇଣ୍ଡିଆ ୨୦୪୭” କାର୍ୟ୍ୟକ୍ରମକୁ ଆୟୋଜନ କରୁଛି । ଯୁବ ଶକ୍ତିର ଏହି ସର୍ବ ଭାରତୀୟ(ପ୍ୟାନ ଇଣ୍ଡିଆ) ପ୍ରଦର୍ଶନ ତ୍ରିସ୍ତରୀୟ ବ୍ୟବସ୍ଥାରେ ଆୟୋଜିତ ହେବାକୁ ଯାଉଛି । ଏଥିରେ ପ୍ରାରମ୍ଭିକ ଭାବେ ମାର୍ଚ୍ଚରୁ ଜୁନ ୨୦୨୩ ମଧ୍ୟରେ ଦିନିକିଆ ଜିଲ୍ଲାସ୍ତରୀୟ ଯୁବଉତ୍ସବ ମାନ ଆୟୋଜିତ ହେବ । ପ୍ରଥମ ପର୍ୟ୍ୟାୟରେ ୧୫୦ ଜିଲ୍ଲାରେ ଉତ୍ସବର ଆୟୋଜନ କରାଯିବ ଏବଂ ମାର୍ଚ୍ଚ ୪ରୁ ମାର୍ଚ୍ଚ ୩୧ (୨୦୨୩) ମଧ୍ୟରେ ଏହା ଅନୁଷ୍ଠିତ ହେବ ।

ପ୍ରଥମ ପର୍ୟ୍ୟାୟର କାର୍ୟ୍ୟକ୍ରମ ସମ୍ପୃକ୍ତ ଜିଲ୍ଲାଗୁଡିକର ସ୍କୁଲ ଓ କଲେଜରେ ଆୟୋଜିତ ହେବ । ଏଥିରେ ଅଧିକରୁ ଅଧିକ ଅଂଶଗ୍ରହଣ ଉପରେ ଗୁରୁତ୍ୱ ରହିବ । ଏହା ବ୍ୟତୀତ ଏଥିରେ ନେହେରୁ ଯୁବ କେନ୍ଦ୍ର ସହିତ ସଂଯୁକ୍ତ କ୍ଲବ ଓ ସଂଗଠନର ସ୍ୱେଚ୍ଛାସେବୀ ଏବଂ ସଦସ୍ୟମାନେ ମଧ୍ୟ ଭାଗ ଦେବେ ।

ଜିଲ୍ଲାସ୍ତରୀୟ ପ୍ରତିଯୋଗିତାର ବିଜେତାମାନେ ୨୦୨୩ ଅଗଷ୍ଟରୁ ସେପ୍ଟେମ୍ବର ଯାଏ ଅନୁଷ୍ଠିତ ହେବାକୁ ଥିବା ଦୁଇଦିନିଆ ରାଜ୍ୟସ୍ତରୀୟ ଉତ୍ସବରେ ଭାଗ ନେବେ । ଏସବୁ ଉତ୍ସବ ସବୁ ରାଜ୍ୟର ରାଜଧାନୀରେ ଆୟୋଜିତ ହେବ । ରାଜ୍ୟସ୍ତରୀୟ ବିଜେତାମାନେ ୨୦୨୩ ଅକ୍ଟୋବର ତୃତୀୟ ଓ ଚତୁର୍ଥ ସପ୍ତାହରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଜାତୀୟ ସ୍ତରର ଯୁବଉତ୍ସବରେ ଭାଗ ନେବେ ।

ଏହି ତିନିଟି ଯାକ ସ୍ତରରେ ଯୁବ କଳାକାର, ଲେଖକ,ଫଟୋଗ୍ରାଫର ଓ ବାଗ୍ମୀମାନେ ନିଜ ନିଜ ମଧ୍ୟରେ ପ୍ରତିଯୋଗିତା କରିବେ । ଏଥିରେ ପାରମ୍ପରିକ କଳାକାରମାନେ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ପ୍ରଦର୍ଶନର ସୁଯୋଗ ପାଇବେ । ଏହି ଯୁବ ଉତ୍ସବରେ ବିଷୟବସ୍ତୁ ବା ଥିମ୍ର ନାମ ରଖାଯାଇଚି-ପଞ୍ଚପ୍ରାଣ ।

ଏହି ପଞ୍ଚପ୍ରାଣ ହେଲା – ୧) ଭାରତର ବିକାଶ ଲକ୍ଷ୍ୟ, ୨) ଦାସତ୍ୱ ବା ଉପନିବେଶାବାଦୀମନୋଭାବର ଯେକୌଣସି ଚିହ୍ନର ଦୂରୀକରଣ, ୩) ଆମ ଦେଶର ଐତିହ୍ୟ ଓ ପରମ୍ପରାକୁ ନେଇ ଗର୍ବ କରିବା, ୪) ଦେଶର ଏକତା ଓ ସଂହତି ରକ୍ଷା ଏବଂ ୫) ନାଗରିକଙ୍କ ମଧ୍ୟରେ କର୍ତ୍ତବ୍ୟର ଭାବନା ସୃଷ୍ଟି ।

ଅଂଶଗ୍ରହଣକାରୀ ଯୁବ ପ୍ରତିଯୋଗୀମାନେ ଭାରତର ଅମୃତକାଳ ଯାତ୍ରାରର ଲକ୍ଷ୍ୟ ଓ ଉଦ୍ଦେଶ୍ୟ, ପଂଚପ୍ରାଣ, ଜନଭାଗିଦାରର ମହତ୍ୱ ସମ୍ପର୍କରେ ପ୍ରଚାର ପ୍ରସାର କରିବେ । ଏହା ଆମକୁ ୨୦୪୭ରେ ଭାରତ ରେ ସ୍ୱାଧୀନତାର ଏକ ଶତ ବର୍ଷ ପୂର୍ତ୍ତି ପାଇଁ ପ୍ରେରଣା ଯୋଗାଇବ ।
ପନ୍ଦରକୁ ୨୯ବର୍ଷ ବୟସ ବର୍ଗର ଯୁବକ ଯୁବତୀମାନେ ଏହି ଉତ୍ସବରେ ଭାଗ ନେଇପାରିବେ । କେବଳ ପ୍ରତ୍ୟେକ ସ୍ତରର ବିଜେତାମାନେ ପରବର୍ତ୍ତୀ ସ୍ତରର ଉତ୍ସବରେ ଭାଗ ନେଇ ପାରିବେ ।

ଏଥିରେ ଯୁବ କଳାକାର ଟାଲେଣ୍ଟହଣ୍ଟ, ଫ୍ୟାଟ୍ରିନ ଯୁବ ଲେଖକ ଟାଲେଣ୍ଟମେଣ୍ଟ , ଫଟୋଗ୍ରାଫୀ ଟାଲେଣ୍ଟ ହଣ୍ଟ, ଡିକ୍ଲାମେସନ କଣ୍ଟେଷ୍ଟ ଓ ସାଂସ୍କୃତିକ ପ୍ରତିଯୋଗିତା-ଗ୍ରୁପ ଇଭେଣ୍ଟସ୍ ଆଦି ଗର୍ବ ରହିଛି ।

Leave A Reply

Your email address will not be published.

9 − six =