pakka

ଅଧିକାରୀଙ୍କ ବିଭିନ୍ନ ପ୍ରକଳ୍ପ ଅନୁଧ୍ୟାନ

bbehera

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର ସହରରେ ନୂତନ ଭାବେ ଚାଲିଥିବା ବିଭିନ୍ନ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିଥିଲେ । ମିଶନ ଶକ୍ତି ଗୃହ, କଲ୍ୟାଣ ମଣ୍ଡପ ଏବଂ ପାର୍କ ଆଦି କାମ ଶୀଘ୍ର ସମ୍ପୂର୍ଣ୍ଣ କରିବାକୁ କନିଷ୍ଠ ଯନ୍ତ୍ରୀ ମାନସ ରଞ୍ଜନ ପଣ୍ଡାଙ୍କୁ ପରାମର୍ଶ ଦେଇଛନ୍ତି । ଏଥିସହ ବଡ଼ ବଜାର ଭାରତୀ ବିଦ୍ୟାପୀଠ ହାଇସ୍କୁଲ ଠାରେ ୱାଟର ଫଲ ଡିଜାଇନ କାମ ସମ୍ପୂର୍ଣ୍ଣ ହୋଇଥିବା ଯୋଗୁଁ ଇଓ ମିଶ୍ର ଖୁସି ବ୍ୟକ୍ତ କରିଥିଲେ । କନିଷ୍ଠ ଯନ୍ତ୍ରୀ ଶ୍ରୀ ପଣ୍ଡାଙ୍କ ସମେତ ଭାଗ୍ୟଶ୍ରୀ ନାୟକ, ସୁମିତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

4 × 3 =