pakka

ଦେଷଣ୍ଢ ଚାନ୍ଦିଲି ପାହାଡର ଉନ୍ନତି ପାଇଁ ପର୍ଯ୍ୟଟନ ବିଭାଗର ୧ କୋଟି ଟଙ୍କାର ଅନୁଦାନ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ବଣପାହାଡ ଘେରାରେ ରହିଛି ଅନେକ ମନୋରମ ପର୍ଯ୍ୟଟନସ୍ଥଳି । ଏଭଳି ସ୍ଥଳିର ବିକାଶ କରାଗଲେ ଜିଲ୍ଲା ଏକ ସରସ ଓ ସୁନ୍ଦର ଜିଲ୍ଲା ହୋଇପାରିବ । ରାଜ୍ୟ ସରକାର ପ୍ରାକୃତିକ ପରିବେଶ ମଧ୍ୟରେ ଥିବା ସ୍ଥଳିଗୁଡିକୁ ଇକୋଟୁରିଜମ୍‌ରେ ସାମିଲ କରି ବିକାଶ କରିବାକୁ ଲକ୍ଷ୍ୟ ରଖିଛନ୍ତି । ସେହିକ୍ରମରେ ବଲାଙ୍ଗିର ଜିଲ୍ଲା ଦେଷଣ୍ଢ ପଞ୍ଚାୟତର ଚାନ୍ଦିଲି ପାହାଡରେ ଉନ୍ନତିକରଣ ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ଏକ କୋଟି ଟଙ୍କାର ଅନୁଦାନ ଦେଇଛନ୍ତି । ଗତ ଦୁଇବର୍ଷ ତଳୁ ଏହି ଚାନ୍ଦିଲି ପାହାଡକୁ ପର୍ଯ୍ୟଟନସ୍ଥଳିର ମାନ୍ୟତା ଦେବା ସହିତ ଉନ୍ନୟନ ପାଇଁ ଅନୁଦାନ ଦେବାକୁ ଦାବୀ ହୋଇ ଆସୁଥିଲା । ପାଟଣାଗଡ ରେଞ୍ଜ ଅଧିନସ୍ଥ ଦେଷଣ୍ଢ ଗାଁ ପାଖରେ କିରିବାଞ୍ଜି ଜଙ୍ଗଲ ଘେରାରେ ରହିଛି ଚାନ୍ଦିଲି ପାହାଡ । ଏହାର ଅନେକ ଐତିହାସିକ ପୃଷ୍ଠଭୂମୀ ଥିବା ବେଳେ ପାହାଡରେ ଅନେକ ଗୁମ୍ଫା ଓ ପୁରାତନ ଐତିହ୍ୟ ରହିଛି । ଦେଓଗାଁ ବ୍ଲକର ପୂର୍ବତନ ଅଧ୍ୟକ୍ଷ ଲକ୍ଷ୍ମଣକୁମାର ମେହେର, ପୂର୍ବତନ ଅଧ୍ୟକ୍ଷା ଥିବା ତାଙ୍କ ପତ୍ନୀ ରୀନା ମେହେର ଓ ଅଞ୍ଚଳବାସୀ ରାଜ୍ୟ ସରକାରଙ୍କଠାରେ ଦାବୀ କରୁଥିଲେ । ଲୋକଙ୍କ ଦାବୀକୁ ନେଇ ଯୁବନେତା ଅର୍କେଶନାରାୟଣ ସିଂଦେଓ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଜରିଆରେ ପର୍ଯ୍ୟଟନମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ଠାରେ ଏଥିପାଇଁ ଦୃଢଦାବୀ ରଖିଥିଲେ । ଶେଷରେ ମାର୍ଚ୍ଚ ୯ତାରିଖରେ ପର୍ଯ୍ୟଟନବିଭାଗ ଚାନ୍ଦଲିର ବିକାଶ ପାଇଁ ୧ କୋଟି ଟଙ୍କାର ଅନୁଦାନ ଦେବାକୁ ପ୍ରଶାସନିକ ମଞ୍ଜୁରି ପ୍ରଦାନ କରିଥିବା ଜଣାଯାଇଛି । ଏହି ଘଟଣା ଜଣାପଡିବା ପରେ ଦେଓଗାଁ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ଏହି ମଞ୍ଜୁରି ପରେ ରାଜ୍ୟ ସରକାରଙ୍କୁ ଲକ୍ଷ୍ମଣକୁମାର ମେହେର, ରୀନା ମେହେର, ଦେଓଗାଁ ବ୍ଲକ ଯୁବ ବିଜେଡି ସଭାପତି ଶୈଳେନ୍ଦ୍ର ସାହୁ, ପ୍ରମୋଦ ବହିଦାର, ଅନ୍ତର୍ଯ୍ୟାମୀ ଭୋଇ, ବିଧାନ ସେଠ, ପ୍ରଦୀପ ପଧାନ, ଜନ୍ମେଜୟ ପୋଢ, ଅଚ୍ୟୁତ ମିଶ୍ର, ବିଜେଡି ଛାତ୍ର ସଭାପତି ଦୀପକ ବେହେରା, ବୀରେନ ଦଳାଇ, ରାଜୀବ ବିଶ୍ୱାଳ, ଅଭିମନ୍ୟୁ ମାଝୀ, ବଡବାହାଲ ସମିତିସଭ୍ୟ ସିତାଂଶୁ ମିଶ୍ର, ଘାସିରାମ ରଣା, ପୂର୍ବତନ ସରପଞ୍ଚ ସ୍ୱୟଂମ୍ବର ମେହେର ଆଗାମୀ ଦିନରେ ଦେଓଗାଁ ବ୍ଲକର ଭୀମପାହାଡ ଓ ଚାନ୍ଦିଲି ପାହାଡକୁ ଇକୋଟୁରୋଜମରେ ସାମିଲ କରିବାକୁ ଦାବୀ କରିଛନ୍ତି । ଏହି ପ୍ରକଳ୍ପର ପ୍ରଶାସନିକ ମଞ୍ଜୁରି ପରେ ପୂର୍ବତନ ମନ୍ତ୍ରୀ ଅନଙ୍ଗଉଦୟ ସିଂଦେଓ, ଯୁବନେତା ଅର୍କେଶନାରାୟଣ ସିଂଦେଓ ଓ ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କୁ କୃତଜ୍ଞତା ଜଣାଇଛନ୍ତି । ସ୍ଥାନୀୟ ଲୋକଙ୍କ ଦାବୀକ୍ରମେ ଜିଲ୍ଲାପାଳ ଓ ବଲାଙ୍ଗିର ପର୍ଯ୍ୟଟନ ଅଧିକାରୀ ଆର.କେ.ଦଳାଇ ଓ ଡିଏଫ୍‌ଓ ସମୀର ଶତପଥି ଚାନ୍ଦିଲି ପାହାଡକୁ ପରିଦର୍ଶନରେ ଯାଇ ରାଜ୍ୟ ସରକାରଙ୍କୁ ଆବଶ୍ୟକ ମଞ୍ଜୁରି ପାଇଁ ସୁପାରିଶ କରିଥିଲେ । ମଞ୍ଜୁରି ହୋଇଥିବା ଅନୁଦାନରେ ଚାନ୍ଦିଲି ପାହାଡକୁ ଆପ୍ରୋଚ ରୋଡ, ପର୍ଯ୍ୟଟକଙ୍କ ପାଇଁ ପିକନିକ ପିଣ୍ଢି, ବିଦ୍ୟୁତିକରଣ, ପାହାଡ ଉପରକୁ କଂକ୍ରିଟ ପାହାଚ ନିର୍ମାଣ କାମ କରାଯିବାକୁ ସ୍ଥିର କରାଯାଇଛି ।

jay balangir
Leave A Reply

Your email address will not be published.

17 − 11 =

error: Content is protected !!