pakka

ପବିତ୍ର ରାମ ନବମୀ ପାଇଁ ସମଗ୍ର ଜୟପାଟଣା ଅଞ୍ଚଳ ଉତ୍ସବମୁଖର

bbehera

ଜୟପାଟଣା, (ଶେଷଦେବ ବେହେରା) : ପବିତ୍ର ଶ୍ରୀରାମ ନବମୀ ପାଳନ ଅବସରରେ ସମଗ୍ର ଜୟପାଟଣା ଅଞ୍ଚଳ ଉତ୍ସବମୁଖର ହୋଇଉଠିଛି । ବିଭିନ୍ନ ଅଞ୍ଚଳର ମନ୍ଦିରମାନଙ୍କରେ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ପୋଳକାମୁଣ୍ଡା, କଦୋପଦର, ବାନେର, ଧନ୍‌ସୁଲି, ମୁଖିଗୁଡ଼ା, ରେଙ୍ଗାଲପାଲି ଆଦି ସ୍ଥାନମାନଙ୍କରେ ଭବ୍ୟ ଆୟୋଜନ ସହିତ ଭଜନ କୀର୍ତ୍ତନ, ପରିକ୍ରମା ଆଦି ଶ୍ରଦ୍ଧାର ସହ ଆୟୋଜିତ ହୋଇଥିଲା । ବିଭିନ୍ନ ସ୍ଥାନରେ ରଥ ଆୟୋଜନ କରାଯାଇ ବିଭିନ୍ନ ବାଦ୍ୟଯନ୍ତ୍ର ସହିତ ପଟୁଆରକୁ ଗୈରିକ ପତାକାରେ ସଜାଇ ପଟୁଆରମାନଙ୍କୁ ଅଧିକ ସୁନ୍ଦର କରାଯାଇଥିଲା । ବିଭିନ୍ନ ସ୍ଥାନରେ ଅନ୍ନପ୍ରସାଦର ବ୍ୟବସ୍ଥା କରାଯାଇଥିଲା । ଜୟପାଟଣା ବ୍ଲକପଡ଼ା ସ୍ଥିତ ଶ୍ରୀରାମ ମନ୍ଦିର ପରିସରରୁ ସୁସଜ୍ଜିତ ରଥରେ ପ୍ରଭୁ ରାମଙ୍କ ଦିବ୍ୟ ବିଗ୍ରହ ସ୍ଥାପନ କରି ହଜାର ହଜାର ଶ୍ରଦ୍ଧାଳୁ ବିଭିନ୍ନ ଘଣ୍ଟାବାଦ୍ୟ, କୀର୍ତ୍ତନ, ଲୋକନୃତ୍ୟର ତାଳେ ତାଳେ ନଗର ପରିକ୍ରମା ଆରମ୍ଭ କରିଥିଲେ । ରାସ୍ତାର ଦୁଇକଡରେ ଶ୍ରଦ୍ଧାଳୁମାନେ ଗୈରିକ ପତାକା ଧରି ପ୍ରଭୁଙ୍କୁ ସ୍ୱାଗତ କରି ପୂଜା ଅର୍ଚ୍ଚନା କରିଥିଲେ । ପଟୁଆରରେ ସାତ ହଜାରରୁ ଅଧିକ ଲୋକ ସାମିଲ ହୋଇଥିବା ବେଳେ ପୂର୍ବତନ ସାଂସଦ ଅର୍କକେଶରୀ ଦେଓ, ବିଜେପି ସାଂସଦ ପ୍ରାର୍ଥୀ ମାଳବିକା ଦେଓ, ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିସାରୀ ପ୍ରମୁଖ ସ୍ଵତନ୍ତ୍ର ଅତିଥି ଭାବରେ ଉପସ୍ଥିତ ଥିଲେ । ଜୟପାଟଣା ଅଞ୍ଚଳର ସମସ୍ତ ୬୩ ଜଣ ସେବକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପଟୁଆର ପରିକ୍ରମା କରି କୃଷ୍ଣଚନ୍ଦ୍ର କ୍ଲବ ପଡିଆରେ ପହଞ୍ଚିବା ପରେ ସାମୁହିକ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।

Leave A Reply

Your email address will not be published.

eight + eleven =