pakka

ଶ୍ରୀରାମ ନବମୀରେ ମନ୍ଦିର ବୁଲିଲେ ସମରେନ୍ଦ୍ର ନରସିଂହ : ଅଂଚଳ ପାଇଁ ମାଗିଲେ ଶାନ୍ତି, ମୈତ୍ରୀ, ଏକତା ଓ ଉନ୍ନତି

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମର୍ଯ୍ୟାଦା ପୁରୁଷ ଶ୍ରୀରାମଚନ୍ଦ୍ର ପ୍ରଭୁଙ୍କ ପବିତ୍ର ଜନ୍ମ ଜୟନ୍ତୀ ଅବସରରେ ସମଗ୍ର ବଲାଙ୍ଗିର ସହର ଭକ୍ତିମୟ ପରିବେଶରେ ପୁରି ଉଠିଛି । ସହର ମଧ୍ୟରେ ପ୍ରତ୍ୟେକ ଶ୍ରୀରାମ ମନ୍ଦିର ଓ ହନୁମାନ ମନ୍ଦିରରେ ସହରବାସୀଙ୍କର ଗହଳି ଲାଗି ରହିଛି । ଏ ଅବସରରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଏବଂ ଆଗାମୀ ନିର୍ବାଚନରେ ବଲାଙ୍ଗିର ବିଧାନସଭା ପାଇଁ ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ସହରରେ ଥିବା ଶ୍ରୀରାମଚନ୍ଦ୍ର ଓ ହନୁମାନଙ୍କ ମନ୍ଦିର ସମେତ ଅନ୍ୟାନ୍ୟ ଦେବାଳୟ ଗୁଡିକ ବୁଲି ଆଶିଷ କାମନା କରିଛନ୍ତି । ଏ ଅବସରରେ ଉଭୟେ ବଲାଙ୍ଗିରବାସୀଙ୍କ ପାଇଁ ଶାନ୍ତି, ମୈତ୍ରୀ, ଏକତା ଓ ଉନ୍ନତି କାମନା କରିବା ସହ ଏହି ବର୍ଷ ଯେମିତି ଅଂଚଳର ଛାତ୍ର ଯୁବକ, କୃଷକ, ଶ୍ରମିକ ଓ ସାଧାରଣ ଜନତାଙ୍କ ପାଇଁ ଏକ ମଙ୍ଗଳମୟ ବର୍ଷ ହେଉ ବୋଲି ଭଗବାନଙ୍କଠାରେ କାମନା କରିଛନ୍ତି ।

Leave A Reply

Your email address will not be published.

3 × two =