csstore

ସ୍ୱାଧୀନତାର ୭୫ ବର୍ଷ ଅବସରରେ ଅମୃତ ମହୋତ୍ସବ ପାଳିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସ୍ୱାଧୀନତାର ୭୫ ବର୍ଷ ଅବସରରେ ସ୍ୱାଧୀନତା ସପ୍ତାହ ପାଳନ ସମ୍ମିଳନୀ ବରଗଡ଼ ବିଜୁ ପଟ୍ଟନାୟକ ଟାଉନ ହଲ୍‌ଠାରେ ପାଳିତ ହୋଇଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସଂସ୍କୃତି ପରିଷଦ ଦ୍ୱାରା ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ ଅଧ୍ୟକ୍ଷତା କରିଥିବା ବେଳେ କୋଭିଡ ନିୟମାନୁଯାୟୀ ଅଳ୍ପ ଶ୍ରୋତାଙ୍କ ଗହଣରେ ଏହା ପାଳନ କରାଯାଇଥିଲା । ସଭାର ବକ୍ତାଭାବେ ଶିକ୍ଷାବିତ୍ ରବୀନ୍ଦ୍ର କୁମାର ଗଡତିଆ, ବ୍ୟଙ୍ଗ କବି ମନୋରଞ୍ଜନ ସାହୁ, ଘେଁସ କୁଞ୍ଜେଲ ସିଂ କ୍ଲବର ସଭ୍ୟ ଅଶୋକ ପୂଜାରୀ, ଭୁକ୍ତା ମହାବିଦ୍ୟାଳୟର ଅଧ୍ୟକ୍ଷ ଚିନ୍ତା ମଣି ପଟେଲ, ଗାନ୍ଧୀ ମେମୋରିଆଲ କଲେଜର ଅଧ୍ୟକ୍ଷ ମୋହନ ସାହୁ, ରେମେଣ୍ଡା କଲେଜର ଅଧ୍ୟାପକ ଝସକେତନ ପ୍ରଧାନ, ପଶ୍ଚିମ ଓଡ଼ିଶା କଳାକାର ମହାସଂଘର ଅଧ୍ୟକ୍ଷ ଚୈତନ୍ୟ ପାଇକ ଯୋଗଦାନ କରିଥିଲେ । ସଭାକୁ ତପସ୍ଵିନୀ ଗୁରୁ ପରିଚାଳନା କରିଥିଲେ । ପ୍ରାରମ୍ଭରେ ସ୍ୱାଧୀନତା ସଂଗ୍ରାମୀମାନଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଏବଂ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଆମନ୍ତ୍ରିତ ଅତିଥିମାନେ ଉଦ୍‌ଘାଟନ କରିଥିଲେ ।

jayashree
Leave A Reply

Your email address will not be published.