ଅମାନବୀୟ କାଣ୍ଡ : ନାବାଳିକା ଝିଅକୁ ପୋଡି ହତ୍ୟା ଉଦ୍ୟମ : ବାପାଙ୍କ ନାଁରେ ଅଭିଯୋଗ ଅଣିଲେ ମାମୁଁଘର ଲୋକେ

ବେଲପଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ଡେବରିପାଲି ଗାଁରେ ଦେଖିବାକୁ ମିଳିଛି ଅମାନବୀୟ କାଣ୍ଡ । ଜଣେ ନାବାଳିକାକୁ ଝିଅକୁ କିରୋସିନ ଢାଳି ପୋଡି ଦେଇ ହତ୍ୟା ଉଦ୍ୟମ କରାଯାଇଛି । ଗୁରୁତର ନାବାଳିକା ହେଲେ ସୂର୍ୟ୍ୟକାନ୍ତୀ ନାଗ(୧୬) । ସୂଚନା ଅନୁସାରେ ସୂର୍ୟ୍ୟକାନ୍ତୀ ରାତିରେ ଶୋଇଥିବା ବେଳେ ଦେହରେ କିରୋସିନ ଢାଳି ବାପା ଅରକ୍ଷିତ ନାଗ ନିଆଁ ଲଗାଇ ହତ୍ୟା ଉଦ୍ୟମ କରିଥିବା ନେଇ ଅଭିଯୋଗ ହୋଇଛି । ସୂର୍ୟ୍ୟକାନ୍ତୀକୁ ଗୁରୁତର ଅବସ୍ଥାରେ ପ୍ରଥମେ ବେଲପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପାଟଣାଗଡ ଡାକ୍ତରଖାନାରେ ଭର୍ତି କରାଯିବା ପରେ ଅବସ୍ଥା ସଂକଟାପନ୍ନ ରହିଥିବାରୁ ତାଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ଭର୍ତି କରାଯାଇଛି । ଝିଅର ବାପା ଅରକ୍ଷିତ ନାଗ ହିଁ ଏଭଳି କାଣ୍ଡ ଘଟାଇଥିବା ନେଇ ସୂର୍ୟ୍ୟକାନ୍ତୀର ମାମୁଁମାନେ ଅଭିଯୋଗ କରିଛନ୍ତି । ଅରକ୍ଷିତ ଦୁଇଟି ସ୍ତ୍ରୀ ବାହା ହୋଇଥିବା ବେଳେ ସୂର୍ୟ୍ୟକାନ୍ତୀ ହେଉଛି ପ୍ରଥମ ସ୍ତ୍ରୀର ଝିଅ । ଝିଅ ଛୋଟ ସମୟରୁ ମାମୁଁ ଘରେ ରହୁଥିଲା । ଗତ ୧୫ ଦିନ ତଳେ ଗାଁରେ ବୈଠକ ପରେ ବାପା ପାଖକୁ ଆସିଥିଲା ସୂର୍ୟ୍ୟକାନ୍ତୀ । କିନ୍ତୁ ବାପା ଘରେ ଝିଅକୁ ରଖିବାକୁ ଚାହୁଁନଥିଲା । ତେଣୁ ତାର ବାପା ହିଁ ନିଜ ଝିକୁ ହତ୍ୟା ଉଦ୍ୟମ କରିଥିବା ମାମୁଁ ଘର ଲୋକେ ଅଭିଯୋଗ କରିଛନ୍ତି । ସେପଟେ ସୂର୍ୟ୍ୟକାନ୍ତୀଙ୍କ ଅବସ୍ଥା ଗୁରୁତର ରହିଛି ।

Leave A Reply

Your email address will not be published.