ବାଇଡେନଙ୍କୁ ଅଭିନନ୍ଦନ ନ ଜଣାଇବାର କାରଣ କହିଲେ ରୁଷ ରାଷ୍ଟ୍ରପତି ପୁଟିନ

ମସ୍‌କୋ : ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ବିଜୟ ପାଇଁ ଅଭିନନ୍ଦନ ନ ଜଣାଇବାର କାରଣ କହିଛନ୍ତି ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଶ୍ରୀ ପୁଟିନ୍‌ କହିଛନ୍ତି ଯେ, ଆଇନଗତ ଯୁଦ୍ଧ ସ୍ଥିର ନହେବା ପର୍ଯ୍ୟନ୍ତ ସେ ଅପେକ୍ଷା କରିବେ, ତା’ପରେ ସେ ବାଇଡେନଙ୍କୁ ଅଭିନନ୍ଦନ ଜଣାଇବେ ।

ରୁଷ୍‌ର ଟିଭି ଚ୍ୟାନେଲକୁ ଦିଆଯାଇଥିବା ଏକ ସାକ୍ଷାତକାରରେ ପୁଟିନ କହିଛନ୍ତି ଯେ, ଆନୁଷ୍ଠାନିକ ଅଭିବାଦନ ଦେବାରେ ବିଳମ୍ବ ରୁଷ୍‌ ଏବଂ ଆମେରିକାର ସମ୍ପର୍କକୁ ପ୍ରଭାବିତ କରିବ ନାହିଁ ।

ଏଠାରେ ସୂଚନା ଯୋଗ୍ୟ ଯେ, ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ନେଇ ତିକ୍ତତା ଲାଗି ରହିଛି । କିନ୍ତୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଟିନଙ୍କୁ ସର୍ବଦା ପ୍ରଶଂସା କରିଛନ୍ତି ଏବଂ ସେ ରାଷ୍ଟ୍ରପତି ହେବାରେ ରୁଷ୍‌ର ସାହାଯ୍ୟ ଲୋଡିଥିବା ଅଭିଯୋଗ ମଧ୍ୟ ହୋଇଛି ।

Leave A Reply

Your email address will not be published.