jayashree

ଯୁଧିଷ୍ଠିର ମହାବିଦ୍ୟାଳୟରେ କୁଳପତିଙ୍କ ପରିଦର୍ଶନ : ଛାତ୍ରଛାତ୍ରୀଙ୍କ ସହ କଲେ ଆଲୋଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରସ୍ଥିତ ଯୁଧିଷ୍ଠିର ମହାବିଦ୍ୟାଳୟକୁ ମଧୁସୂଦନ ଲ’ ବିଶ୍ୱବିଦ୍ୟାଳୟର କୁଳପତି ଡ଼. ଶିବରାମ ତ୍ରିପାଠୀ ଏବଂ ପରୀକ୍ଷା ନିୟନ୍ତ୍ରକ ଧିରେନ୍ଦ୍ର ନାଏକ ପରିଦର୍ଶନ କରିଥିଲେ । ଏହି ଅବସରରେ ମହାବିଦ୍ୟାଳୟର ଲାଇବ୍ରେରୀ ହଲ୍‌ରେ ଛାତ୍ରଛାତ୍ରୀଙ୍କ ସହ ଏକ ଭାବ ବିନିମୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମରେ କୁଳପତି ଡ଼. ତ୍ରିପାଠୀ ଛାତ୍ରଛାତ୍ରୀଙ୍କ ସହ ଉଚ୍ଚଶିକ୍ଷା, ଆଇନ ଶିକ୍ଷାର ଗୁରୁତ୍ୱ, କ୍ୟାରିୟର ସୁଯୋଗ ଏବଂ ଶିକ୍ଷାର ଗୁଣାତ୍ମକ ବିକାଶ ସମ୍ପର୍କରେ ଆଲୋଚନା କରିବା ସହ ସେମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ । ଏହା ସହିତ ମହାବିଦ୍ୟାଳୟର ଶିକ୍ଷାଗତ ପରିବେଶ, ଭିତ୍ତିଭୂମି ଓ ଅନ୍ୟାନ୍ୟ ବିକାଶମୂଳକ ବିଷୟ ଉପରେ ମଧ୍ୟ ସମୀକ୍ଷା କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ପ୍ରିନ୍ସିପାଲ୍ ସଞ୍ଜୀବ କୁମାର ପଧାନଙ୍କ ସହ ଅଧ୍ୟାପକ ସାର୍ଥକ ରଥ, ନିଳିମା ମିଶ୍ର, ସୁଶିଲ କୁମାର ଦୀପ, ଆଲିସା ପରବିନ୍, କୃଷ୍ଣଚନ୍ଦ୍ର ପଟେଲ ଓ କୁଶଲ ପଟେଲ ଉପସ୍ଥିତ ଥିଲେ । ଛାତ୍ରଛାତ୍ରୀଙ୍କ ପକ୍ଷରୁ ଜୟକୃଷ୍ଣ ମିଶ୍ର, ଆଶିଷ ପାଣ୍ଡେ, ସୌରୀ କୁମାର ସାହୁ, ସୁଦାମ ପଣ୍ଡା, ବିଶ୍ୱଜିତ ପୁରୋହିତ, ସୁନାଲି ପଟେଲ, ଅଙ୍କିତ ନାଏକ, ଜଶସ୍ୱୀ ସାହୁ, ଆକାଶ ଦର୍ଜୀ, ମିହିର ପଟ୍ଟନାୟକ, ରୋହନ ମହାନ୍ତି, ପ୍ରତ୍ୟୁଷ କୁମାର କର, ଉମେଶ କୁମାର ଭାଟି, ପ୍ରୀତମ ପରିଜା ଓ ସଂଗ୍ରାମ କେଶରୀ ପଟ୍ଟନାୟକ ପ୍ରମୁଖ କୁଳପତିଙ୍କୁ ସ୍ୱାଗତ ଜଣାଇବା ସହ ଆଲୋଚନାରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ । ଶେଷରେ କୁଳପତି ମହାବିଦ୍ୟାଳୟର ଶିକ୍ଷାଗତ ଅଗ୍ରଗତି ପ୍ରତି ସନ୍ତୋଷ ବ୍ୟକ୍ତ କରି ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ ।

Leave A Reply

Your email address will not be published.