oom

ରୋଗର ଚିକିତ୍ସା ପାଇଁ ରୋଗୀର ଆକୁଳ ନିବେଦନ

jsmm

ନବରଙ୍ଗପୁର, (କେପିଏନ୍‌ଏସ୍‌) : ରୋଗଶଯ୍ୟାରେ ଭେଣ୍ଡିଆ ପୁଅ, ନା ଧନ ଅଛି ନା ଦେହରେ ବଳ ଅଛି । କଙ୍କାଳ ସାର ଦେହ, ବଡ଼ ଅସହାୟ ଅବସ୍ଥା । ନାମ – ମୁକୁନ୍ଦି ବିଷୋୟୀ, ଗ୍ରାମ – ଫଟାଗୁଡା ବ୍ଲକ – ତେନ୍ତୁଳୀଖୁଣ୍ଟି, ଜିଲ୍ଲା – ନବରଙ୍ଗପୁର । ଘରେ ଅବଳା ସ୍ତ୍ରୀ ଓ ଛୋଟ ଛୁଆ । ଆଉ ପରିବାର ଚଳେଇବାକୁ କେହି ନାହିିଁ । ପ୍ରାୟ ଦୁଇ ତିନି ମାସ ତଳେ ଦିନେ ଘରେ ହଠାତ ପଡିଯିବାରୁ ଦାନ୍ତତଳର ମାଢି ପୁରା ଭାଙ୍ଗିଯାଇଛି ଆଉ ସେ ଖାଦ୍ୟ ଖାଇ ପାରୁନାହାନ୍ତି । ବେସରକାରୀ ମେଡିକାଲରେ ଚିକିତ୍ସା କରାଇ ଘର ଶୂନ୍ୟ ହୋଇସାରିଲାଣି । ଦେହ ଶୁଖି ଗଲାଣି ମନୋବଳ ଦୁର୍ବଳ ହୋଇଗଲାଣି । ପ୍ରାୟ ୬୦ ହଜାର ଟଙ୍କା ଚିକିତ୍ସା ବାବଦକୁ ସରିବା ପରେ ଆଉ ଶରୀରରେ କିମ୍ବା ଘରର ଆର୍ଥିକ ମେରୁଦଣ୍ଡ ଭାଙ୍ଗିଗଲାଣି । ଜିଲ୍ଲା ପ୍ରଶାସନ ଏହି ରୋଗୀର ଚିକିତ୍ସା ପାଇଁ ତୁରନ୍ତ ପଦକ୍ଷେପ ନେବା ସହ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ଆର୍ଥିକ ସହାୟତା ସହ ରେଡ଼କ୍ରସ ତରଫରୁ କିଛି ଆର୍ଥିକ ସାହାଯ୍ୟ ଯୋଗାଇବା ପାଇଁ ପ୍ରଶାସନ କୁ ଅନୁରୋଧ କରିଛନ୍ତି ଯୁବ ଆଇନଜୀବୀ ତଥା ସମାଜସେବୀ ଶ୍ରୀକାନ୍ତ କୁମାର ପଣ୍ଡା । ତେବେ ପ୍ରଶାସନ ତାକୁ ସାହାଯ୍ୟର ହାତ ବଢ଼ାଛି ଦେଖିବାର ବାକି ରହିଲା ।

jittmm
Leave A Reply

Your email address will not be published.