pakka

ଖବର ସଂଗ୍ରହ ବେଳେ ସାମ୍ବାଦିକ ଉପରେ ତହସିଲଦାରଙ୍କ ଆକ୍ରମଣ ଅଭିଯୋଗ : ଥାନାରେ ଏତଲା

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଭିନ୍ନ ସମୟରେ ବିଭିନ୍ନ ଜାଗାରେ ଖବର ସଂଗ୍ରହ କରୁଥିବା ସମୟରେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ପ୍ରତି ଆକ୍ରମଣ ହେଉଥିବା ଖବର ସାମନାକୁ ଆସିଥାଏ । ଏଭଳି ଅଭାବନୀୟ ଅଭିଯୋଗ ଆସିଛି ଜଣେ ସରକାରୀ ବାବୁଙ୍କ ନାମରେ । ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅଧିନସ୍ଥ ତାଲପାଲି ଧାନ ମଣ୍ଡି ପରିସରରେ ଖବର ସଂଗ୍ରହ କରି ଯାଇ ଥିବା ସାମ୍ବାଦିକ ଝସକେତନ ସାହୁ (ଗୋପାଳ)ଙ୍କୁ ଗାଇସିଲେଟ ତହସିଲଦାର ପୁଷ୍ପକ ପ୍ରଧାନ ରାଗି ଯାଇ ଆକ୍ରମଣ ସହିତ ଅଶିଳ ଭାଷାରେ ଗାଳି ଗୁଲଜ କରି ଶ୍ରୀସାହୁଙ୍କୁ ଧକ୍କା ମାରି ତାଙ୍‌ଙ୍କ ଠାରୁ ମୋବାଇଲ ଫୋନକୁ ଛଡାଇ ନେଇ ଗୁରୁତ୍ୱ ପୁର୍ଣ ତଥ୍ୟ ସବୁ କାଟି ଦେଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଶ୍ରୀ ସାହୁଙ୍କ ସୂଚନା ମତେ ସାମ୍ବାଦିକ କୌଣସି ଘରୋଇ କାମରେ ସ୍ତ୍ରୀଙ୍କ ସହ ଜନକେଡା ଯାଇଥିଲେ, ସେଠାରୁ ଫେରିବା ସମୟରେ ତାଙ୍କରି ଗ୍ରାମ ତାଲପାଲି ଧାନମଣ୍ଡି ପରିସର କଟବହାଲ ଫେକ୍ସ କର୍ମଚାରୀ, ଆର ଏମ ସି କର୍ମଚାରୀ, ଯୋଗଣ ଅଧିକାରୀ ଓ ସ୍ଥାନୀୟ ତହସିଲଦାର ପୁଷ୍ପକ ପ୍ରଧାନ ଚାଷୀ ମାନଙ୍କ ସହ ଆଲୋଚନା କରୁଥଲେ ଭିଡ଼ ଦେଖି ସ୍ତ୍ରୀ ସହ ଫେରୁ ଥିବା ସାମ୍ବାଦିକ ଶ୍ରୀ ସାହୁ ସ୍ତ୍ରୀଙ୍କୁ ତାଙ୍କ ମୋଟରସାଇକେଲ ପାଖରେ ଛାଡି ଦେଇ ଧାନ ମଣ୍ଡି ପାଖକୁ ଯାଇ ଧାନ ମଣ୍ଡି ସମ୍ବନ୍ଧରେ ପଚାରି ବାରୁ ତହସିଲଦାର ମହାଶୟ ରାଗି ଯାଇ ଦବଙ୍ଗ ଗିରି ଭାବେ ସାମ୍ବାଦିକ ସାମ୍ବାଦିକ ଶ୍ରୀ ସାହୁଙ୍କୁ ଆକ୍ରମଣ କରିଥିବା ନେଇ ସେ ଗାଇସିଲାଟ ଥାନାରେ ଲିଖିତ ଭାବରେ ଜଣାଇଛନ୍ତି । ଜଣେ କର୍ତ୍ତବ୍ୟରତ ସାମ୍ବାଦିକ ଉପରେ ଏଭଲି ଆକ୍ରମଣ କରିବା ଏକ ନିନ୍ଦନୀୟ ଘଟଣା ।

Leave A Reply

Your email address will not be published.

four × two =