pakka

କୁରେଫୁଲ କଳା ପରିଷଦର ବାର୍ଷିକ ଉତ୍ସବ

bbehera

ବଲାଙ୍ଗିର, (ମନୀଷ କୁମାର ସାହୁ) : ରବିବାର ଦିନ ବଲାଙ୍ଗିର ଇନ୍ଦିରାନଗର କୁରେଫୁଲ କଳା ପରିଷଦର ବାର୍ଷିକ ଉତ୍ସବ ସଦର ବ୍ଲକ କୁଡ଼ାସିଂହା ପଞ୍ଚାୟତ ଅନ୍ତର୍ଗତ ନୁଆଁପଡ଼ରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ପ୍ରତିଷ୍ଠାତା ମୂରଲୀଧର ନଗର, ନୃତ୍ୟଗୁରୁ ମକରଧ୍ବଜ ମଗର, କଳାର ପୁଝାରୀ ହରେକୃଷ୍ଣ ସାହୁ, ବାଦ୍ୟଶିଳ୍ପି ରଙ୍ଗାଧର ସିଦ୍ଦାର, ଉପଦେଷ୍ଟା ସୁଦର୍ଶନ ଚିର୍ଗୁନ, ମଞ୍ଚ ଅଭିନେତା ପୁରଦାସ କାର୍ୟକ୍ରମ ଶୁଭାରମ୍ଭ କରିଥିଲେ । ସଭାରେ ଅତିଥିମାନେ ଲୋକକଳାକୁ ବଞ୍ଚାଇ ରଖିବା ସମ୍ବନ୍ଧେ ବହୁ ମୂଲ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ । ଅନୁଷ୍ଠାନର କଳାକାର ସସ୍ମିତା, ମମତା, ଲତା, ରାକ୍ଷୀ, ମଣି, ମୋନିକା, ରିମା, ବେଦମତୀ ପ୍ରମୁଖ ବିଭିନ୍ନ ଲୋକନୃତ୍ୟ ପରିବେଷଣ କରିଥିଲେ । ବାଦ୍ୟଯନ୍ତ୍ରରେ ହିରାଧର, ଗଣେଶ, ଅଜୁ, ଅରୁଣ, ଗିରିଧାରୀ, ବିରଞ୍ଚି ଓ କାର୍ଯ୍ୟକ୍ରମରେ ବିରଞ୍ଚି, ରୋଜି, ଲୋଚନ, ଚୈତନ୍ୟ, ଝିଲି ଓ ରିମଝିମ୍ ପ୍ରମୁଖ ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

8 − two =

error: Content is protected !!