ନିଟ୍‌ ୟୁଜି ୨୦୨୬ରେ ଅଖିଳ ଭାରତୀୟ ରେଙ୍କ ୧୪୮୮୩ ରଖିଲେ ଓମ୍‌ ଭ୍ୟାଲି ସ୍କୁଲର ଭି. ସୁଜ୍ଞାନୀ

csstore

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ସହରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବେ ଓମ୍‌ ଭ୍ୟାଲି ସ୍କୁଲ ପରିଚିତ । ସେଠାରେ ଶିକ୍ଷା ସହ ପ୍ରତିଯୋଗିତା ମୂଳକ ଶିକ୍ଷା ତଥା ପ୍ରବେଶିକା ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ କରାଯାଇଥାଏ । ଚଳିତ ବର୍ଷ ସ୍କୁଲର ଛାତ୍ରୀ ଭି. ସୁଜ୍ଞାନୀ ନିଜର କଠିନ ପରିଶ୍ରମ, ନିଷ୍ଠା ଏବଂ ଦୃଢ଼ ସଂକଳ୍ପ ଯୋଗୁଁ ସଫଳତାର ଶିଖରକୁ ପହଞ୍ଚାଇଛି । ଚଳିତ ବର୍ଷ ନୀଟ୍‌ ପରୀକ୍ଷାରେ ୭୨୦ ମାର୍କରୁ ୫୮୬ ମାର୍କ ରଖି ଅଖିଳ ଭାରତୀୟ ର୍ୟାଙ୍କ ୧୪୮୮୩ ରଖିଛନ୍ତି । ତେବେ ଏହି ସଫଳତା ହାସଲ କରିବା ପରେ ଭି. ସୁଜ୍ଞାନୀ ଓମ୍‌ ଭ୍ୟାଲି ସ୍କୁଲର ଶିକ୍ଷକ ଏବଂ ଓମ୍‌ ଭ୍ୟାଲି ସ୍କୁଲ ପରିବାରକୁ ଧନ୍ୟବାଦ୍ ଜ୍ଞାପନ କରିଛନ୍ତି । ମୁଁ ନିଜ ଉପରେ ସନ୍ଦେହ କରୁଥିବା ସମୟରେ ଆପଣମାନେ ମୋ ଭିତରେ ଥିବା ସମ୍ଭାବନାକୁ ଦେଖିଥିଲେ । ଆପଣମାନଙ୍କ ଧୈର୍ଯ୍ୟ ମୋର ଦ୍ୱନ୍ଦ୍ୱକୁ ସ୍ପଷ୍ଟତାରେ ପରିଣତ କରିଥିଲା ଏବଂ ଆପଣମାନଙ୍କ ସ୍ନେହପୂର୍ଣ୍ଣ କଥା ମୋର ସାହସର ସ୍ୱର ହୋଇଯାଇଥିଲା ଏବଂ ପାଠ୍ୟପୁସ୍ତକର ସୀମାଠାରୁ ଅଧିକ ଆପଣମାନେ ମୋ ପାଇଁ ଏକ ସୁରକ୍ଷିତ ପରିବେଶ ସୃଷ୍ଟି କରିଥିଲେ । ଯେଉଁଠାରେ ମୁଁ ଭୁଲ କରି ଶିଖିବା ଓ ବିକଶିତ ହେବାର ସୁଯୋଗ ପାଇଥିଲି । ଏହି ସଫଳତାରେ ଆପଣମାନଙ୍କ ଅବଦାନ ଅତୁଳନୀୟ, ସେଥିପାଇଁ ମୋ ଉପରେ ବିଶ୍ୱାସ ରଖିଥିବାରୁ ହୃଦୟରୁ ଧନ୍ୟବାଦ ଜଣାଇଛନ୍ତି ଭି. ସୁଜ୍ଞାନୀ ।

Leave A Reply

Your email address will not be published.