କାର୍ତ୍ତିକ ମାସର ଆକାଶ ଛୁଆଁ ପରିବା ଦର

ସଇଁନ୍ତଲା, (ଅଜିତ କୁମାର ସାହୁ) : ଚଳିତ ବର୍ଷ ଗତ ୧୦ ମାସ ହେବ କରୋନା ତାର କାୟା ବିସ୍ତାର ବଢ଼େଇ ଚାଲିଥିବା ବେଳେ ଏବେ କମିବାରେ ମଧ୍ୟ ଲାଗିଛି । କିଛି ଲୋକ କରୋନା ମହାମାରୀରେ ମୃତ୍ୟୁ ବରଣ କରିଥିବା ବେଳେ ଅନେକ ଲୋକ ସୁସ୍ଥ ମଧ୍ୟ ହୋଇ ସାରିଛନ୍ତି । ଅନେକଙ୍କ କାମ ଧନ୍ଦା ବନ୍ଦ ହୋଇ ପଡିଛି । ଅନେକେ ଭୋକ ଉପାସରେ ମଧ୍ୟ ଦିନ କାଟୁଛନ୍‌ନ୍ତି । ସରକାର ମଧ୍ୟ ମାସ୍କ ପିନ୍ଦିବା, ସାନିଟାଇଜର ବ୍ୟବହାର କରିବା, ସାମାଜିକ ଦୂରତା ପାଳନ କରିବା ପାଇଁ କରୋନା ମହାମାରୀ ଆରମ୍ଭ ହେବା ଦିନ ଠାରୁ ସଚେତନତା ଅଭିଯାନ ମଧ୍ୟ କରି ଆସୁଛନ୍ତି । ତେବେ ଏବେ ଶୀତ ଅନୁଭୂତ ପ୍ରବଳ ହେଉଥିବା ବେଳେ ଆଗକୁ ବଢ଼ିବପାରେ କରୋନା ମହାମାରୀ ବୋଲି ଆଶଙ୍କା ଦେଖା ଦେଉଥିବା ଯାହା ସୂଚନା ମିଳୁଛି । କିନ୍ତୁ ସତର୍କ ସରକାରଙ୍କ ନିୟମ ମାଳିବା ଆବଶ୍ୟକ । ଅନ୍ୟପକ୍ଷରେ କାର୍ତ୍ତିକ ମାସକୁ ଧାର୍ମିକ ମାସ ଭାବରେ ପାଳନ କରାଯାଇଥାଏ । ତେବେ ମାସ ତମାମ ହବିଷ୍ୟାଳି ବ୍ରତ ପାଳନ କରିଥାନ୍ତି । ଅଧିକାଂଶ ବ୍ୟକ୍ତି ଏହି ମାସରେ ଆମିଷ ଖାଆନ୍ତି ନାହିଁ । ଲୋକେ ପନିପରିବା ଉପରେ ନିର୍ଭର କରୁଥିବା ବେଳେ ଗତ କିଛି ଦିନ ହେଲା ବଜାରରେ ଆକାଶ ଛୁଆଁ ପରିବାର ହୋଇପଡିଛି । ୫ଶହ ଟଙ୍କାରେ ଛୋଟ ବ୍ୟାଗ ଭର୍ତ୍ତି ହେଉନାହିଁ । ପ୍ରାୟ ଦୁଇ ମାସ ହେଲାଣି ଖାଉଟିଙ୍କୁ ଆଳୁ ପିଆଜ ଦର କଲବଲ କଲାଣି । ତେବେ ବଲାଙ୍ଗିର ତଥା ସାରା ରାଜ୍ୟରେ ହୁହୁ କରି ବଢ଼ିବାରେ ଲାଗିଛି ପରିବା ଦର । ଆଳୁ ୫୦, ପିଆଜ ୭୦, ରସୁଣ ୧୪୦, ଅଦା ୬୦, ବାଇଗଣ ୪୦, ଟମାଟୋ ୪୦, ବନ୍ଧାକୋବି ୪୦, ପୋଟଳ ୫୦, ଲଙ୍କା ୧୦୦, କାଙ୍କଡ଼ ୮୦ ଟଙ୍କାରେ ବଜାରରେ ବ୍ୟବସାୟୀମାନେ ବିକ୍ରି କରୁଛନ୍ତି । ଚଳିତ ବର୍ଷ ଅଦିନିଆ ବର୍ଷା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ହୋଇ ଥିବା ପରିବା ଚାଷ କ୍ଷୟକ୍ଷତି ହୋଇଥିବା ଦେଖି ବାକୁ ମିଳିଛି । ପଡୋଶୀ ରାଜ୍ୟରୁ ଆସୁଥିବା ପରିବାକୁ ବଡ଼ ବେପାରୀଙ୍କ ଠାରୁ ଚଢା ଦରରେ କିଣି ଖାଉଟିକୁ ଅଧିକ ଦରରେ ବିକ୍ରି କରୁଛନ୍ତି ବ୍ୟବସାୟୀ ମାନେ । ତେବେ ଅନ୍ୟପକ୍ଷରେ ଗୋଦାମ ମାଲିକ ମାନେ ମନଇଚ୍ଛା ଦର ଲଗାଉଛନ୍ତି ବୋଲି ଛୋଟ ବ୍ୟବସାୟୀ ମାନେ ଅଭିଯୋଗ କରିଛନ୍ତି । ଅନ୍ୟପଟେ କରୋନା ମହାମାରୀ ଯୋଗୁଁ ଲୋକଙ୍କ କାମ ଧନ୍ଦା ଠକ ହୋଇ ପଡିଥିବା ବେଳେ ଏବେ ପନିପରିବା ଦରକୁ ନେଇ ଖାଉଟିମାନଙ୍କ ଭିତରେ ଅସନ୍ତୋଷ ଦେଖା ଦେଇଛି ।

ସେମାନଙ୍କ ମୁହଁରୁ


ସୁଲୟା ତାଣ୍ଡି, ସଇଁନ୍ତଳା ଖାଉଟି
ଦେଶରେ କରୋନା ମହାମାରୀ ଯୋଗୁଁ ଜୀଵନ ଜୀବିକା ସବୁ ଠପ ହୋଇ ପଡ଼ିଥିବା ବେଳେ ଏବେ ଚିନ୍ତା ବଢ଼ାଇ ଦେଇଛି ପନିପରିବା ଦର । ଗରିବ ଲୋକେ ଚିନ୍ତିତ, କାରଣ ଏତିକି ପରିମାଣରେ ଆକାଶ ଛୁଆଁ ହୋଇପଡିଛି ପନିପରିବା ଦର ଯେ କିଣିବାକୁ ମଧ୍ୟ କାଠିକର ହେଉଛି । ତେବେ ସରକାର ଦୃଷ୍ଟି ଦେବାର ଆବଶ୍ୟକତା ମଧ୍ୟ ରହିଛି।

ଦେବେନ୍ଦ୍ର ଯୋଶୀ, ଆଞ୍ଚଳିକ ସାମ୍ବାଦିକ ସଂଘ ସଭାପତି, ସଇଁନ୍ତଲା
କାର୍ତ୍ତିକ ମାସକୁ ଧାର୍ମିକ ମାସ ଭାବରେ ଆମେ ପାଳନ କରୁଛୁ । କିନ୍ତୁ ଲୋକେ ପନିପରିବା ଉପରେ ନିର୍ଭର କରୁଥିବା ବେଳେ ଗତ କିଛି ଦିନ ହେଲା ବଜାରରେ ଆକାଶ ଛୁଆଁ । ରାଜ୍ୟ ଓ କେନ୍ଦ୍ର ସରକାର ଶୋଇ ପଡିଛନ୍ତି କି ? କରୋନା ଯୋଗୁଁ ଗରିବ ଲୋକମାନଙ୍କ ପାଖରେ ଅର୍ଥ ପ୍ରତିବନ୍ଧକ ସାଜିଛି । ତେବେ ସରକାର ଦୃଷ୍ଟି ଦେଇ ପରିବା ଦର ଉପରେ କଟକଣା ଜାରି କରନ୍ତୁ ।

ଡାକ୍ତର ବିଶ୍ୱଜିତ ମିଶ୍ର, ସଇଁନ୍ତଲା ଡାକ୍ତରଖାନା
ସବୁବେଳେ ସରକାର ବିଭିନ୍ନ ଗଣମାଧ୍ୟମ ଜରିଆରେ ସଚେତନତା ଅଭିଯାନ ମଧ୍ୟ କରି ଆସୁଛନ୍ତି କରୋନା ମହାମାରୀରୁ ସୁରକ୍ଷାରେ ରହିବା ପାଇଁ । ତେବେ ମୁଁ ଏତିକି କହିବା ପାଇଁ ଚାହେଁ, ବାହାରକୁ ଗଲେ ସବୁବେଳେ ମାସ୍କ ପିନ୍ଦନ୍ତୁ, ସାମାଜିକ ଦୂରତା ବଜାୟ ରଖନ୍ତୁ ଓ ଆଗକୁ ମଧ୍ୟ ଆଶଙ୍କା ରହିଛି ବଢିପାରେ କରୋନା ମହାମାରୀ । ତେଣୁ କରି ସଚେତନତା ରହିବା ସରକାର ନିୟମ ସବୁ ପାଳନ କରିବା ଆବଶ୍ୟକ ବୋଲି ମତ ଦେଇଛନ୍ତି ।

ଗୀତାଞ୍ଜଳୀ ଦାସ, ସମାଜସେବିକା, ବଲାଙ୍ଗିର
ଚଲିତ ବର୍ଷ ଲୋକ ମୁହଁରୁ ହସ ଛଡାଇ ନେଇଛି କରୋନା। ଦାଦନ ଶ୍ରମିକମାନଙ୍କ ପାଇଁ ଦୁଃଖ ଉପରେ ନଳିତା ବିଡା ଭଳି ଲାଗୁଛି ପରିବା ଦର । କାହିଁକି ସରକାର ଦୃଷ୍ଟି ଦେଉ ନାହାନ୍ତି । ଗରିବ ଲୋକେ ଖାଇବେ କଣ ? ଲୋକଙ୍କ ପାଖରେ ପରିବାର ଗୁଜୁରାଣ ମେଣ୍ଟାଇବା ପାଇଁ ଅର୍ଥ ଅଭାବ ଦେଖାଦେଇଛି ଏହି କରୋନା ମହାମାରୀ ଯୋଗୁଁ । ତେବେ ପରିବା ଦର ବୃଦ୍ଧି ଉପରେ ସରକାର ଦୃଷ୍ଟି ଦେବାକୁ ଆବଶ୍ୟକତା ରହିଛି ବୋଲି କହିଛନ୍ତି ।

Leave A Reply

Your email address will not be published.