pakka

ପାଇକମାଲ ରାଜସ୍ୱ ନିରୀକ୍ଷକଙ୍କ ଅକାଳ ବିୟୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ରାଜସ୍ୱ ନିରୀକ୍ଷକ ଶଶିଭୂଷଣ ସାହୁ ଆଜି ହଠାତ୍ ଅସୁସ୍ଥ ହେବାରୁ ତାଙ୍କୁ ପଦ୍ମପୁର ଚିକିତ୍ସାଳୟକୁ ଆଣି ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୪୨ ବର୍ଷ ହୋଇଥିଲା । ତାଙ୍କର ଅକାଳ ବିୟୋଗରେ ପଦ୍ମପୁର ଅଞ୍ଚଳରେ ଶୋକ ଛାୟା ଖେଳିଯାଇଛି । ସେ ଜଣେ ମେଲାପୀ ଓ ଭଦ୍ରବ୍ୟକ୍ତି ଭାବରେ ସମସ୍ତେ ତାଙ୍କୁ ସମ୍ମାନ କରୁଥିଲେ । ତାଙ୍କର ଧର୍ମପତ୍ନୀ ମାନସୀ, ପୁତ୍ର ଚିନ୍ମୟ ସହିତ ବାପା ମା’, ପରିବାର ବର୍ଗଙ୍କୁ ଛାଡି ସେ ଚାଲି ଯାଇଛନ୍ତି । ତାଙ୍କର ପୈତୃକ ଗ୍ରାମ ବରପାଲି ଠାରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା । ତାଙ୍କର ଏକ ମାତ୍ର ପୁତ୍ର ଚିନ୍ମୟ ସାହୁ ମୁଖାଗ୍ନି ଦେଇଥିଲେ । ଏହି ଯୁବା ରାଜସ୍ୱ ନିରୀକ୍ଷକଙ୍କ ଅକାଳ ବିୟୋଗରେ ପଦ୍ମପୁର ଅଞ୍ଚଳ ପ୍ରଶାସନ ଅଧିକାରୀ ଗଣ ଓ ପାଇକମାଲ ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତିମାନେ ଶୋକ ପ୍ରକାଶ କରି ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।

Leave A Reply

Your email address will not be published.

five × four =