ରାଜ୍ୟରେ ଏକାକୀ ଲଢ଼ିବ ବିଜେପି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଏକାକୀ ଲଢ଼ିବ ବିଜେପି । ଏନେଇ ସ୍ପଷ୍ଟ କରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ‘ଏକ୍ସ’ ଜରିଆରେ ମନମୋହନ ସାମଲ ଏ ବିଷୟ ସ୍ପଷ୍ଟ କରିଛନ୍ତି । ସମସ୍ତ ୨୧ ଲୋକସଭା ଓ ୧୪୭ ବିଧାନସଭାରେ ଏକା ଲଢ଼ିବୁ ବୋଲି ସେ ଟ୍ୱିଟ୍‌ ଜରିଆରେ କହିଛନ୍ତି । ବିକଶିତ ଓଡିଶା ଗଠନ ନିମନ୍ତେ ବିଜେପି ଏକା ଲଢ଼ିବ ବୋଲି ସେ କହିଥିବା ବେଳେ ସାଂସଦ ଅପରାଜିତା ଷଡ଼ଙ୍ଗୀ ମନମୋହନଙ୍କ ଏହି ପୋଷ୍ଟକୁ ରିଟ୍ୱିଟ୍‌ କରି ଏକ୍ସସେଲେଣ୍ଟ କହିଛନ୍ତି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ମୋଦି ସରକାରଙ୍କ ଅନେକ ଯୋଜନା ତୃଣମୂଳସ୍ତରରେ ପହଂଚି ପାରୁନଥିବା ବେଳେ ଓଡିଶାର ଗରିବ ଲୋକେ କେନ୍ଦ୍ରୀୟ ଯୋଜନାର ଫାଇଦା ପାଇ ପାରୁନାହାନ୍ତି । ଓଡିଶାବାସୀଙ୍କ ସ୍ୱାର୍ଥ ସହ ଜଡିତ ଅନେକ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ସହ ଆମେ ସହମତ ହୋଇପାରୁନୁ । ଯେଉଁଠି ଡବଲ ଇଂଜିନ ସରକାର ଅଛି, ସେଠି ବିକାଶ ତ୍ୱରାନ୍ୱିତ ହୋଇଛି । ଏହି ଅବସରରେ ବିଜେଡି ସରକାରକୁ ଧନ୍ୟବାଦ ଦେଇଛନ୍ତି ମନମୋହନ । ମୋଦି ସରକାରକୁ ଅନେକ ପ୍ରସଙ୍ଗରେ ସମର୍ଥନ ଦେଇଥିବାରୁ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.

5 × four =