ମଣିଷକୁ ସଦାଚାରୀ କରେ କବିତା

ବଲାଙ୍ଗିର, (କେପିଏନ୍‌ଏସ୍‌) : କବିତାରେ ଥାଏ ଜୀବନର ପ୍ରକୃତ ଛବି । କବିତା ହିଁ ଭରେ ମଣିଷ ମନରେ ଆଗ୍ରହ, ଆଗକୁ ବଢିବାର ସାହସ ଏବଂ ମଣିଷକୁ ନିର୍ଭିକ ଓ ସଦାଚାରୀ କରେ କବିତା । ବିଶ୍ୱ କବିତା ଦିବସ ଅବସରରେ ବଲାଙ୍ଗିରର ଅଗ୍ରଣୀ ସାହିତ୍ୟିକ, ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ରଚନା ଓ ଜିଲ୍ଲା ସାମ୍ବାଦିକ ସଙ୍ଘ, ବଲାଙ୍ଗିରର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ସାମ୍ବାଦିକ ଭବନଠାରେ ବିଶ୍ୱ କବିତା ଦିବସ ପାଳନ ଅବସରରେ ଏଭଳି ମତ ପ୍ରକାଶ ପାଇଛି । ରଚନାର ବରିଷ୍ଠ ସଦସ୍ୟ କବି ଆନନ୍ଦ ଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରଥମ ଅଧିବେଶନରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ କବି ବାସୁଦେବ ସୁନାନୀ ଯୋଗଦେଇ ନିଜ ସାହିତ୍ୟ ଯାତ୍ରାରେ କବିତା କେମିତି ତାଙ୍କ ଜୀବନକୁ ପରିପୁଷ୍ଟ କରିଛି ବଖାଣିଥିଲେ । ସମ୍ମାନିତ ଅତିଥି ଭାବରେ ଜିଲ୍ଲା ସାମ୍ବାଦିକ ସଙ୍ଘର ସାଧାରଣ ସମ୍ପାଦକ ଶିଶିର କାନ୍ତ ଶତପଥି ସମସ୍ତ କବିଙ୍କୁ ଶୁଭେଚ୍ଛା ଜଣାଇଥିଲେ । କବି ରତ୍ନମୟ ତ୍ରିପାଠୀ ସଭା ପରିଚାଳନା ଏବଂ ରଚନାର ସଭାପତି ସନାତନ ଠାକୁର ଧନ୍ୟବାଦ ଅର୍ପଣ କରିଥିଲେ । ଦ୍ଵିତୀୟ ଅଧିବେଶନରେ ରଚନାର ସମ୍ପାଦକ ଭାଗିରଥୀ ମିଶ୍ରଙ୍କ ପ୍ରାରମ୍ଭିକ ସୂଚନା ପରେ କବି ସବିତା ମହରା ଓ କବି ରାଜୀବ ଲୋଚନ ଆଚାର୍ଯ୍ୟଙ୍କ ମନୋଜ୍ଞ ସଂଯୋଜନାରେ ଅନୁଷ୍ଠିତ ବହୁଭାଷୀ କବିତା ଆସରରେ ଓଡିଆ, କୋଶଲୀ, ହିନ୍ଦୀ, ଇଂରାଜୀ, ଓ ବଙ୍ଗଳା ଭାଷାରେ ପ୍ରାୟ ୫୦ରୁ ଅଧିକ କବି କବିତା ପାଠ କରିଥିଲେ । ରଚନା ଓ ଜିଲ୍ଲା ସାମ୍ବାଦିକ ସଂଘର ଏହି ମିଳିତ ପ୍ରୟାସକୁ ଉପସ୍ଥିତ କବି, ସାହିତ୍ୟିକ, ବୁଦ୍ଧିଜୀବୀ ଓ ଜନସାଧାରଣ ପ୍ରଶଂସା କରିବା ଲକ୍ଷ୍ୟ କରାଯାଇଥିଲା ।

Leave A Reply

Your email address will not be published.

thirteen + 1 =