pakka

ବ୍ୟବସାୟୀଙ୍କଠାରୁ ଟିକସ୍‌ ଆଦାୟ : ଅସୁବିଧାରେ ମହିଳା ବ୍ୟବସାୟୀ

bbehera

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହରରେ ଐତିହାସିକ ଦୋଳ ଯାତ୍ରା ପାଇଁ ସମଗ୍ର ସହର ବର୍ତ୍ତମାନଠାରୁ ଉତ୍ସବମୁଖର ହେଲାଣି । ଗୁରୁବାର ଦିନ ଏକାଦଶୀ ଅବସରରେ ବିଭିନ୍ନ ସାହିରେ ଠାକୁରମାନେ ବିମାନରେ ବସି ଶୋଭାଯାତ୍ରାରେ ସାହି ପରିକ୍ରମା କରିବା ସହ ନିଜ ନିଜ ସାହିରେ ଦ୍ୱାର ଭୋଗ ଖାଇଥିଲେ । ଯାହାକୁ ନେଇ ଗଞ୍ଜାମ ସହର ଚଳଚଞ୍ଚଳ ହେଉଛି । ଆସ୍ତେ ଆସ୍ତେ ବ୍ୟବସାୟୀଙ୍କ ଭିଡ଼ ସହ ଲୋକଙ୍କ ଭିଡ଼ ଲାଗିଲାଣି । ଲୋକଙ୍କ ସୁବିଧା ପାଇଁ ସହରରେ ସୁଲଭ ଶୌଚାଳୟ ନାହିଁ । ଯେଉଁ ଶୌଚାଳୟ କିଛି ଗତ କିଛି ମାସ ପୂର୍ବରୁ ରାଜ୍ୟ ସରକାରଙ୍କ ଅର୍ଥ ବ୍ୟୟରେ ନିର୍ମାଣ ହୋଇଥିଲା । ସେଥି ମଧ୍ୟ୍ୟରୁ କେଉଁଟିରେ କବାଟ ନଥିବା ବେଳେ କେଉଁଟିରେ ପାଣି ଠିକ୍‌ ଭାବେ ଆସୁନଥିବା ଦେଖିବାକୁ ମିଳିଛି । ଫଳରେ ଦୋଳଯାତ୍ରା ଅବସରରେ ବହୁଲୋକଙ୍କ ସମାଗାମ ହେଉଥିବା ବେଳେ ମୁଖ୍ୟତଃ ଭାବେ ମହିଳାମାନଙ୍କ ପାଇଁ ବହୁତ ଅସୁବିଧା ସୃଷ୍ଟି ହେବ । ମୁଖ୍ୟତଃ ଏହି ଯାତ୍ରାକୁ ବେଲୁନ ବିକାଳୀମାନେ ପଡୋଶୀ ରାଜ୍ୟ ଆନ୍ଦ୍ର ପ୍ରଦେଶରୁ ଆସିଥାନ୍ତି । ସେମାନେ ଯାତ୍ରା ପାଇଁ ୩ ଦିନ ଗଞ୍ଜାମ ସହରରେ ରହିଥିବା ଦେଖିବାକୁ ମିଳେ । ଏପରିକି ମହିଳା ବ୍ୟବସାୟୀଙ୍କ ଭିଡ଼ ହୋଇଥାଏ । ସହରରେ ଶୌଚାଳୟର ଏଭଳି ଅବସ୍ଥାରେ କିଭଳି ସେମାନେ ରହିବେ ତାହାକୁ ନେଇ ସାଧାରଣରେ ଆଲୋଚନା ହେଉଛି । ବିଶେଷକରି ବଡ଼ ବଜାର ଷ୍ଟାଡିୟମ ସମ୍ମୁଖରେ ରହିଥିବା ମହିଳାଙ୍କ ପାଇଁ ଉଦ୍ଧିଷ୍ଟ ଶୌଚାଳୟଟିରେ ଗୁଡ଼ାଏଦିନ ହେଲା କବାଟ ବାହାରି ପଡିଛି । ଏବଂ ଠିକ୍‌ ଭାବେ ପାଣି ଆସୁନଥିବା ଫଳରେ ତାହା ବ୍ୟବହାର ଉପଯୋଗୀ ହୋଇପାରୁନାହିଁ । ସହରକୁ ଆସୁଥିବା ମହିଳାମାନଙ୍କ ପାଇଁ ଶୌଚାଳୟ ଯିବାନିମନ୍ତେ ନାହିଁ ନଥିବା ସମସ୍ୟା ସୃଷ୍ଟି କରୁଛି । ଅନ୍ୟପଟେ ସାନ ବଜାରରେ ରହିଥିବା ଶୌଚାଳୟଟିରେ କବାଟର ତଳ ପାର୍ଶ୍ୱର ଏକ ଖଣ୍ଡ ଉଡିଯାଇଥିବା ଲକ୍ଷ କରାଯାଇଛି । ଏନେଇ ଏନ୍‌ଏସି କର୍ତ୍ୟୁପକ୍ଷ ଦୃଷ୍ଟି ଦେଉନଥିବା ଅଭିଯୋଗ ହେଉଛି । ସେଗୁଡିକରେ ଫିନାଇଲ୍‌ ପକାଯାଉ ନଥିବାରୁ ଗନ୍ଧମୟ ପରିବେଶ ସୃଷ୍ଟି ହେଉଛି । ତୁରନ୍ତ ଏନ୍‌ଏସି କର୍ତ୍ତୃପକ୍ଷ ଏଥି ପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି ।

jay balangir
Leave A Reply

Your email address will not be published.

two × 1 =

error: Content is protected !!