ଭଗତ ସିଂଙ୍କ ପ୍ରତିମୂର୍ତ୍ତି ନିର୍ମାଣ କଲେ ବାଲୁକା ଶିଳ୍ପୀ ଓମ୍‌ ପ୍ରକାଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆପୋଷହୀନ ଧାରାର ମହାନ ସ୍ୱାଧୀନତା ସଂଗ୍ରାମୀ ସହୀଦ ଭଗତ ସିଂ, ଶୁକଦେବ, ରାଜଗୁରୁଙ୍କ ୯୪ତମ ଫାସୀ ଦିବସ ଉପଲକ୍ଷେ ଭଗତ ସିଂଙ୍କ ପ୍ରତିମୂର୍ତ୍ତିର ନିର୍ମାଣ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ବାଲୁକା ଶିଳ୍ପୀ ଓମ୍‌ ପ୍ରକାଶ ସାହୁ । ସେ ଏକଟ୍ରିପ ବାଲିରେ ଉକ୍ତ ମଡେଲଟି ତିଆରି କରି ଭଗତ ସିଂଙ୍କ ସ୍ଲୋଗାନ୍‌ “ଇନ୍‌କାଲାବ୍‌ ଜିନ୍ଦାବାଦ’ ଲେଖିଛନ୍ତି । ବାଲୁକା ଶିଳ୍ପୀ ଶ୍ରୀ ସାହୁ କହିଛନ୍ତି ଭାରତର ସ୍ୱାଧୀନତା ଆନ୍ଦୋଳନର ଇତିହାସରେ ଭଗତ ସିଂ ହେଉଛନ୍ତି ଜଣେ ବିରଳ ବ୍ୟକ୍ତିତ୍ୱ । ସେ ଚାହୁଁଥିଲେ ଭାରତରୁ ବ୍ରିଟିଶ ହଟିବା ସଙ୍ଗେ ସଙ୍ଗେ ଦେଶୀ ପୁଞ୍ଜିପତିଙ୍କ ଶୋଷଣ ଜୁଲୁମ ବି ହଟୁ । ତାଙ୍କର ସ୍ଲୋଗାନ୍‌ ଥିଲା ‘ଆଜାଦି ଇନ୍‌କାଲାବ୍‌ ସେ ମିଲ୍‌ତା ହୈ, ମାଙ୍ଗନେସେ ନେହିଁ’ । ତେଣୁ ଗାନ୍ଧିଜୀଙ୍କ ସହ ତାଙ୍କର ନୀତିଗତ ପାର୍ଥକ୍ୟ ଥିଲା । ଆଜିକାର ଯୁବ ସମାଜ ଭଗତ ସିଂଙ୍କ ପଦାଙ୍କ ଅନୁକରଣ କରିବା ପାଇଁ ସେ ବାଲୁକା କଳାରେ ବାର୍ତ୍ତା ଦେଇଛନ୍ତି ।

Leave A Reply

Your email address will not be published.

4 × four =