pakka

ଭକ୍ତର ଭାବନାକୁ କୋଠାରଘାତ : ଏନ୍‌ଏସି ଜେଇ ଓ ଠିକାଦାରଙ୍କ ମନମୁଖୀ କାର୍ଯ୍ୟକଳାପ

bbehera

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହରରେ ଆସନ୍ତା ୨୧ ତାରିଖରୁ ୨୫ ତାରିଖ ମଧ୍ୟରେ ଐତିହାସିକ ଦୋଳଯାତ୍ରା ଅନୁଷ୍ଠିତ ହେବ । ସେଥିପାଇଁ ସମଗ୍ର ସହର ଏକ ପ୍ରକାର ଚଳଚଞ୍ଚଳ ହୋଇ ଉଠିଛି । ଯାତ୍ରା ପାଇଁ ସାହିବାସୀଙ୍କ ପ୍ରସ୍ତୁତି ଜୋର୍‌ସୋର୍‌ରେ ଚାଲିଛି । ଅନ୍ୟ ପଟେ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ୪ନଂ ୱାର୍ଡ ରଘୁନାଥ ସାହିରେ ଡ୍ରେନ ଖୋଳା ହୋଇ ସାହିର ଦକ୍ଷିଣ ପାର୍ଶ୍ୱରେ ସମସ୍ତଙ୍କ ଘର ଆଗରେ ପ୍ରାୟ ୪ ଫୁଟର ଗଭୀର ଡ୍ରେନ ଖୋଳି ଘର ସମ୍ମୁଖରେ ମାଟି ଗଦା କରାଯାଇଥିବା ଦେଖିବାକୁ ମିଳିଛି । ଯାତ୍ରା ରହିଥିଲେ ସୁଦ୍ଧା ଘର ଆଗରୁ ମାଟି ବାହାର କରାଯାଉ ନାହିଁ । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଦେଇଛି । ବିଜ୍ଞାପିତ ଅଞ୍ଚଳ ପରିଷଦର ଏଭଳି ଦାୟିତ୍ୱହୀନତା ଏବଂ ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ଏଭଳି ଅବସ୍ଥା ସୃଷ୍ଟି ହେଉଛି ବୋଲି ମତପ୍ରକାଶ ପାଇଛି । ସୂଚନାଯୋଗ୍ୟ ଯେ, ଏକାଦଶୀ ଓ ଦ୍ୱାଦଶୀ ଠାକୁର ସାହି ପରିକ୍ରମା କରି ସମସ୍ତଙ୍କ ଦ୍ୱାର ଦ୍ୱାର ବୁଲି ଭୋଗ ଖାଇବାର ପ୍ରଥା ଆବାହନା କାଳରୁ ଅଛି । ଫଳରେ ସହରରେ ଐତିହାସିକ ଦୋଳ ଯାତ୍ରା ଭଳି ଉତ୍ସବରେ ସାହିର ଏଭଳି ପରିସ୍ଥିତି ପାଇଁ ଲୋକଙ୍କ ମନରେ ବ୍ୟାଘାତ ସୃଷ୍ଟି ହେଉଛି । ଅନ୍ୟପଟେ ପ୍ରତ୍ୟେକ ପରିବାରକୁ ବନ୍ଧୁ, ବାନ୍ଧବଙ୍କ ଗହଳି ଚହଳି ଲାଗିବ । ଯାତ୍ରା ସମୟରେ ଦିନ ଓ ରାତିରେ ଘରୁ ବାହାରକୁ ଯିବା ଆସିବା ଲାଗି ରହିବ । ଘର ସମ୍ମୁଖରେ ଗର୍ତ୍ତ ରହିବା ଏବଂ ତାହା ପାଇଁ ଘୋଡଣୀ କରାଯାଇ ନଥିବାରୁ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି । ତେଣୁ ଏନ୍‌ଏସି କର୍ତ୍ତୃପକ୍ଷ ଦୋଳଯାତ୍ରା ସମୟରେ ଘର ସମ୍ମୁଖରେ ଡ୍ରେନ ଖୋଳା କାର୍ଯ୍ୟକୁ ଅଂଚଳବାସୀ ନାପସନ୍ଦ କରିଛନ୍ତି । ଏନେଇ ଯନ୍ତ୍ରୀ ମାନସ ରଞ୍ଜନ ପଣ୍ଡାଙ୍କୁ ଯୋଗାଯୋଗ କରାଯାଇଥିଲା କିନ୍ତୁ ସେ ଫୋନ ରିସିଭ୍‌ କରିନଥିଲେ । ଫଳରେ ତାଙ୍କର ପ୍ରତିକ୍ରିୟା ମିଳିଲା ନାହିଁ ।

jay balangir
Leave A Reply

Your email address will not be published.

20 − 15 =