ଘରୋଇ ବସ୍ ଦୁର୍ଘଟଣାଗ୍ରସ୍ତ : ୨ ଆହତ

ସୋନପୁର : ଭୁବନେଶ୍ୱରରୁ କଣ୍ଟାବାଞ୍ଜି ଯାଉଥିବା ପ୍ରଶାନ୍ତି ନାମକ ଯାତ୍ରୀବାହୀ ବସ୍ ସୋନପୁର ବଲାଙ୍ଗିର ରାସ୍ତା ଖମ୍ବେଶ୍ୱରୀପାଲି ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଦୁଇ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଥିବାବେଳେ ଅଳ୍ପକେ ବର୍ତ୍ତିଛନ୍ତି ୪୦ ଯାତ୍ରୀ । ଭୁବନେଶ୍ୱରରୁ ଗତରାତିରେ କଣ୍ଟାବାଞ୍ଜିକୁ ଆସୁଥିବା ସମୟରେ ଭୋରରେ ଖମ୍ବେଶ୍ୱରୀପାଲି ନିକଟରେ ଥିବା ଏକ ପୋଲର ବାଡାରେ ବାଡେଇ ହୋଇ ରାସ୍ତା ତଳକୁ ଖସି ପଡ଼ି ବସଟି ଓଲଟି ପଡ଼ିଥିଲା । ଯାହାଫଳରେ ବସ୍‌ର କ୍ଷତି ହେବା ସହ ଦୁଇ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି । ଯାତ୍ରୀମାନଙ୍କ ମଧ୍ୟରେ ପାଟଣାଗଡ଼ ଅଞ୍ଚଳର ବହୁ ଲୋକ ଥିବା ଜଣାଯାଇଛି । ଗୁରୁତର ଓ ଆହତମାନଙ୍କୁ ଉଦ୍ଧାର କରାଯାଇ ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଥିବା ଜଣାପଡ଼ିଛି । ଏଠାରେ ପ୍ରକାଶ ଥାଉ କି, ବିଭିନ୍ନ ପରୀକ୍ଷା ପାଇଁ ପାଟଣାଗଡ଼ ଅଞ୍ଚଳର ବହୁ ଛାତ୍ରଛାତ୍ରୀ ଓ ସେମାନଙ୍କ ପରିବାର ବର୍ଗ ବସ୍‌ରେ ଯାଉଥିବା ବେଳେ ଏହି ଅଘଟଣ ଘଟିଛି ।

Leave A Reply

Your email address will not be published.

1 × three =