ଗାଧୋଇବା ବେଳେ ଅଘଟଣ : ପୋଖରୀରେ ବୁଡ଼ିଗଲେ ବୃଦ୍ଧା

କଣ୍ଟାବାଞ୍ଜି, (ମନିଶ କୁମାର ହଂସ) : ଗାଧୋଇବା ବେଳେ ଅଘଟଣ ଘଟିଛି । ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ପଙ୍ଗନିଆ ଗ୍ରାମର ଜଣେ ବୃଦ୍ଧା ଗାଧୋଇବା ବେଳେ ପାଣିରେ ବୁଡି ପ୍ରାହଣ ହରାଇଥିବା ଜଣାପଡ଼ିଛି । ମୃତ ମହିଳା ଜଣଙ୍କ ପଙ୍ଗନିଆ ଗ୍ରାମର ଚନ୍ଦ୍ରମଣି ବେନିଆଁଙ୍କ ପତ୍ନୀ ଦୂର ବେନିଆଁ ବୋଲି କୁହାଯାଇଛି । ସୂଚନା ଅନୁସାରେ ପୋଖରୀକୁ ଗାଧୋଇବା ପାଇଁ ଯାଇଥିବା ବେଳେ ଗାଧୋଉଥିବା ସମୟରେ ହଠାତ ପାହାଚରୁ ଗୋଡ଼ ଖସି ଯିବାରୁ ପାଣିରେ ବୁଡି ଯାଇଥିଲେ ଓ ପ୍ରାଣ ହରାଇଥିଲେ । ମୁରିବାହାଲ ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.