pakka

ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ : ଡ଼ାଲା ଅଟୋ ଓଲଟି ୭ ଆହତ, ୩ ଗୁରୁତର

bbehera

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଣେଶ ମୂର୍ତ୍ତି ବିସର୍ଜନ କରି ଫେରୁଥିବା ବେଳେ ଅଟୋ ଓଲଟି ୭ ଜଣ ଆହତ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଆହତମାନେ ହେଲେ ଖଲିକୋଟ ଥାନା ବିକ୍ରମ ପୁର ଗ୍ରାମର ଅଶୋକ ପହାନ, କୃଷ୍ଣ ବାରିକ, ଗୋପାଳ ବାରିକ, ଲିପୁ ପହାନ, ଅରୁଣ ପରିଡା, ଗୋପାଳ ପରିଡା, ଚନ୍ଦନ ବେହେରା ପ୍ରମୁଖ । ଆହତଙ୍କ ମଧ୍ୟରୁ ୩ ଜଣ ଗୁରୁତର ଥିବା ଗଞ୍ଜାମ ସ୍ୱାସ୍ଥ୍ୟକେନ୍ଦ୍ର ଆୟୁଷ ଡାକ୍ତର ବନଜକାନ୍ତ କର ସୂଚନା ଦେଇଛନ୍ତି । ଗୁରୁତର ଆହତମାନେ ହେଲେ ଗୋପାଳ ବାରିକ, ଲିପୁ ପହାନ ଓ ଅରୁଣ ପରିଡା । ଏମାନଙ୍କ ଗୋଡ଼ ଭାଙ୍ଗିଯାଇଥିବାରୁ ସେମାନଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ଏମକେସିଜିକୁ ରେଫର କରାଯାଇଥିଲା । ସେହି ରାସ୍ତା ଦେଇ ଯାଉଥିବା ଖଟୁଆ କୁଦା ଗ୍ରାମର ପ୍ରଦୀପ ଆହତ ମାନଙ୍କୁ ନିଜ ଅଟୋରେ ଆଣି ଗଞ୍ଜାମ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ମିଳିଥିବା ସୂଚନା ଅନୁଯାଇ ଗଞ୍ଜାମ ଜିଲ୍ଲା ଖଲିକୋଟ ଥାନା ବିକ୍ରମପୁର ଗ୍ରାମର ଯୁବକ ମାନେ ଶୁକ୍ରବାର ଗଣେଶ ମୂର୍ତ୍ତି ବିସର୍ଜନ କରିବାକୁ ଏକ ଡାଲା ଅଟୋରେ ସେହି ଗ୍ରାମର ଏଗାର ଜଣ ପିଲା ବଟେଶ୍ୱରମନ୍ଦିର ସ୍ଥିତ ବଙ୍ଗୋପ ସାଗର ବେଳାଭୂମି ଆସିଥିଲେ । ବିସର୍ଜନ କରି ଗ୍ରାମକୁ ଫେରିବା ବେଳେ ନୀଳାଦ୍ରିପୁର ଗ୍ରାମକୁ ଯିବା ବୁଲାଣିଆ ରାସ୍ତାରେ ଅଟୋଟି ଏକ ଧାନରୁଆ ବିଲକୁ ଓଲଟି ପଡିଥିଲା । ଆହତମାନେ ସମସ୍ତେ ଛାତ୍ର ବୋଲି ଜଣାପଡିଛି । ବିଲରେ ଅଟୋଟି ଓଲଟି ଥିବା ହେତୁ ସମସ୍ତ ଆହତ ଯୁବକମାନେ କାଦୁଅ ସରସର ହୋଇଯାଇଥିବା ଜଣାପଡିଛି ।

Leave A Reply

Your email address will not be published.

eighteen − 14 =