pakka

ବିଧାନସଭା ଷ୍ଟେଣ୍ଡିଂ କମିଟିର ସମୀକ୍ଷା ଓ କ୍ଷେତ୍ର ପରିଦର୍ଶନ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଧାନସଭା ଷ୍ଟେଣ୍ଡିଂ କମିଟିର ବିଭାଗୀୟ ଅଧ୍ୟକ୍ଷ ତଥା ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ନେତୃତ୍ୱରେ କଣ୍ଟାମାଲ ବିଧାୟକ ମହିଧର ରଣା ଓ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀଙ୍କ ତିନି ଜଣିଆ କମିଟି ବଲାଙ୍ଗିରଗସ୍ତ କରି ଜିଲ୍ଲାରେ ହେଉଥିବା ବିଭିନ୍ନ ସରକାରୀ ଯୋଜନାର କାର୍ଯ୍ୟକାରିତା ଓ ଅଗ୍ରଗତିର ସମୀକ୍ଷା କରିଛନ୍ତି । ସ୍ଥାନୀୟ ଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ବିଶେଷତଃ କୃଷିବୀମାର କାର୍ଯ୍ୟକାରିତା, ଧାନ କ୍ରୟ ତଥା ମଣ୍ଡିର ସୁପରିଚାଳନା, କୃଷିରୁଣ, ଚାଷୀ ପଞ୍ଜିକରଣ ଇତ୍ୟାଦି ସରକାରୀ ଯୋଜନା ଓ ଅଗ୍ରଗତିକୁ ନେଇ ସଦସ୍ୟମାନେ ସମୀକ୍ଷା କରିଥିଲେ । ବୈଠକରେ ଧାନ କ୍ରୟ ପାଇଁ ମଣ୍ଡି ଗୁଡିକରେ ଅବଶ୍ୟକୀୟ ଭିତ୍ତିଭୂମୀ ପ୍ରସ୍ତୁତ କରିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା । ଏତଦ ବ୍ୟତୀତ ଜିଲ୍ଲାର ବୁଣାକାରମାନଙ୍କ ଜୀବନ ଜୀବିକାକୁ ଉନ୍ନତ କରିବା ପାଇଁ ସରକାରୀ ସହେଯାଗକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ କମିଟି ନିର୍ଦ୍ଦେଶ ଦେଇଥିଲେ । ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣା କମିଟିକୁ ସ୍ୱାଗତ କରିବା ସହ ବିଭାଗୀୟ କାଯ୍ୟାବଳୀ ସଂପର୍କରେ ସୂଚନା ପ୍ରଦାନ କରିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଧର ଧରୁଆ, ଉପ ଜିଲ୍ଲାପାଳ କୁମାର ନାଗଭୁଷଣଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ । ବୈଠକ ପରେ କମିଟି ଦେଓଗାଁ ବ୍ଲକ ଅନ୍ତର୍ଗତ ଜରାସିଂହା ଗ୍ରାମକୁ କ୍ଷେତ୍ର ପରିଦର୍ଶନରେ ଯାଇ ସେଠାରେ ଥିବା ଚାଷୀ ଓ ବୁଣାକାରମାନଙ୍କ ସମସ୍ୟା ଉପରେ ଆଲୋଚନା କରିଥିଲେ ।

Leave A Reply

Your email address will not be published.

thirteen − seven =