pakka

ସ୍ୱାଗତିକା ବଗର୍ତ୍ତି ଓ ଦେବାଶିଷ ମେହେର ବସନ୍ତ ବିଶ୍ୱାଲ ସମ୍ମାନରେ ସମ୍ମାନୀତ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶା ରାଜ୍ୟ ସ୍କାଉଟ ଗାଇଡ ମୁଖ୍ୟ କାର୍ଯ୍ୟାଳୟ ଭୁବନେଶ୍ୱରଠାରେ ବସନ୍ତ ବିଶ୍ୱାଲ ସମ୍ମାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ବଲାଙ୍ଗିର ଜିଲ୍ଲାରୁ ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଦୁର୍ଗାପାଲି ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଗାଇଡ କ୍ୟାପ୍‌ଟେନ ସ୍ୱାଗତିକା ବଗର୍ତ୍ତି ଓ ପାଟଣାଗଡ ବ୍ଲକ ଅନ୍ତର୍ଗତ ବରବାହାଲ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଦେବାଶିଷ ମେହେର ବସନ୍ତ ବିଶ୍ୱାଲ ସମ୍ମାନରେ ସମ୍ମାନୀତ ହୋଇଛନ୍ତି । ଉକ୍ତ ଉତ୍ସବରେ ମଞ୍ଚାସୀନ ଅତିଥି ଭାବେ ଓଡିଶା ରାଜ୍ୟ ସ୍କାଉଟ୍‌ ଗାଇଡ୍‌ ମୁଖ୍ୟ କମିଶନର ଡ.କାଳିପ୍ରସାଦ ମିଶ୍ର, ସମ୍ପାଦକ ଓଡିଶା ସ୍କାଉଟ୍‌ ଗାଇଡ୍‌ ଶରତ ଚନ୍ଦ୍ର ପାଇକରାୟ, ମୁଖ୍ୟ ଅତିଥି ଭାବେ ଭାଗିରଥି ଶତପଥି ପ୍ରମୁଖ ଯୋଗ ଦେଇଥିଲେ । ଉଭୟ ସମ୍ବର୍ଦ୍ଧିତ ପ୍ରତିଭାଙ୍କୁ ଶିକ୍ଷା କାର୍ଯ୍ୟାଳୟ ତରଫରୁ ଶୁଭେଚ୍ଛା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.

2 × 3 =