pakka

ଧାମନଡଙ୍ଗା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଅନେକ ଗାଁର ରାସ୍ତା ଅବସ୍ଥା ଶୋଚନୀୟ

bbehera

ତୁରେକେଲା, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଧାମନଡଙ୍ଗା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଅନେକ ଗାଁ ରାସ୍ତା ଶୋଚନୀୟ ଅବସ୍ଥାରେ ରହିଥିବାରୁ ବର୍ଷା ଦିନେ ଯିବା ଆସିବାରେ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି । ଅଭିଯୋଗ ଅନୁସାରେ ବାଲଦାଶ ଗାଁରୁ କଷାମାଲ ଗାଁ ପର୍ଯ୍ୟନ୍ତ ଓ ସିମାନିବାହାଲ ରେଲୱେ ଫାଟକ ପର୍ଯ୍ୟନ୍ତ, ସିମାନିବାହାଲରୁ ବାଞ୍ଜିପଡା ପର୍ଯ୍ୟନ୍ତ ଏବଂ ବାଲଦାଶ ଗାଁରୁ ରଜାମରା ଗାଁ ପର୍ଯ୍ୟନ୍ତ ରାସ୍ତା ପାଣି କାଦୁଅରେ ପଚ୍ ପଚ୍ ହୋଇ ଶୋଚନୀୟ ଅବସ୍ଥାରେ ପଡି ରହିଛି । ଗ୍ରାମବାସୀଙ୍କ କହିବା ଅନୁସାରେ ଆମ ଗ୍ରାମ ପଞ୍ଚାୟତରେ ଯେ କୌଣସି ସରପଞ୍ଚ ନିର୍ବାଚିତ ହେଲେ ମଧ୍ୟ ଏହି ରାସ୍‌ସ୍ତା ସମସ୍ୟାକୁ ଅଣଦେଖା କରିଥାନ୍ତି । ଆମ ଗ୍ରାମପଞ୍ଚାୟତ ଅନ୍ତର୍ଗତ ବିଭିନ୍ନ ଗାଁକୁ ଦେଖିବାକୁ ଗଲେ ଏହିଭଳି କଦର୍ଯ୍ୟ ପାଣି କାଦୁଅରେ ସରସର ଅବସ୍ଥାରେ ରାସ୍ତା ସବୁ ଶୋଚନୀୟ ଅବସ୍ଥାରେ ରହିଥିବାରୁ ଅନେକ ଥର ଆମେ ସରପଞ୍ଚ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଆମ ଗୁହାରି ଶୁଣି ନାହାନ୍ତି ବୋଲି ଗାଁ ଲୋକେ ଅଭିଯୋଗ କରିଛନ୍ତି । ଏହି ସମସ୍ୟାର ସମାଧାନ ନିମନ୍ତେ ପଦକ୍ଷେପ ନିଆଯାଉ ବୋଲି ଗ୍ରାମବାସୀ ଦାବୀ କରିଛନ୍ତି ।

Leave A Reply

Your email address will not be published.

three + 11 =