ଟିଟିଲାଗଡ଼ ଡିଏଭି ମହାବିଦ୍ୟାଳୟର ୫୫ତମ ପ୍ରତିଷ୍ଠା ଦିବସ ପାଳିତ

ଟିଟିଲାଗଡ଼, (କେପିଏନ୍‌ଏସ୍‌) : ଟିଟିଲାଗଡ଼ ସ୍ଥିତ ଡିଏଭି (ସ୍ଵୟଂ ଶାସିତ) ମହାବିଦ୍ୟାଳୟର ୫୫ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ୧୯୬୮ ମସିହା ସେପ୍ଟେମ୍ବର ମାସ ୯ ତାରିଖରେ ତତ୍କାଳୀନ ଓଡ଼ିଶା ରାଜ୍ୟପାଳ ଅଯୋଧ୍ୟା ନାଥ ଖୋସଲାଙ୍କ ଉଦ୍ୟମ ଦ୍ଵାରା ଏହି ମହାବିଦ୍ୟାଳୟ ପ୍ରତଷ୍ଠା ହୋଇଥିଲା । ଅନେକ ଘାତ ପ୍ରତିଘାତ ପାର କରି ଏହା ବିଶ୍ଵ ବିଦ୍ୟାଳୟର ଅନୁଦାନ ଆୟୋଗ (ୟୁ. ଜି. ସି.) ଦ୍ଵାରା ୨୦୦୯ ମସିହାଠାରୁ ସ୍ଵୟଂ ଶାସିତ ମାନ୍ୟତା ପାଇ ଅଛି । କଲେଜ ପକ୍ଷରୁ ଆୟୋଜିତ ଆଜିର ୫୫ତମ ପ୍ରତଷ୍ଠା ଦିବସ କାର୍ଯ୍ୟକ୍ରମରେ କଲେର ପ୍ରିନ୍ସିପାଲ ମେଜର ଡ. ମଧୁସୂଦନ ମିଶ୍ର ଅଧ୍ୟକ୍ଷତା କରି ବିବରଣୀ ପାଠ କରିଥିଲେ । ମୁଖ୍ୟ ଅତିଥି ଭାବରେ କ୍ୟାବିନେଟ୍ ମନ୍ତ୍ରୀ ଟୁକୁନୀ ସାହୁ ଯୋଗ ଦେଇ କଲେଜକୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବରେ ତିରୁପତି ବିଶ୍ଵବିଦ୍ୟାଳୟର ପୂର୍ବତନ କୁଳପତି ଡ. ହରେକୃଷ୍ଣ ଶତପଥୀ ଯୋଗଦେଇ ବିଦ୍ୟା ମନୁଷ୍ୟକୁ ମୁକ୍ତିର ପଥ ପ୍ରଦର୍ଶନ କରେ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବରେ ଟିଟିଲାଗଡ଼ ଉପଜିଲ୍ଲାପାଳ ମନୋଜ ସତ୍ୟବାନ୍ ମହାଜନ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଶୃଙ୍ଖଳିତ ହୋଇ ମାନବିକତାର ମନ୍ତ୍ରରେ ଅଭିମନ୍ତ୍ରିତ ହେବା ପାଇଁ ଆହ୍ୱାନ ଦେଇଥିଲେ । ଅନ୍ୟତମ ସମ୍ମାନିତ ଅତିଥି ପଦ୍ମଶ୍ରୀ ହଳଧର ନାଗ କୋଶଲ ମାଟିର ଜୟ ଜୟ ଗୀତ ଗାଇ ସମ୍ବଲପୁରୀ – କୋଶଲୀ ଭାଷାରେ ମା, ମାଟି ଏବଂ ସମ୍ବଲପୁରୀ କୋଶଲୀ ମାତୃଭାଷାର ପ୍ରଚାର ପ୍ରସାର କରିବାକୁ ଛାତ୍ର ଛାତ୍ରୀମାନଙ୍କୁ କହିଥିଲେ । କଲେଜ୍ ପରିଚାଳନା କମିଟିର ଅଧ୍ୟକ୍ଷ ଡ. ଦୋଳଗୋବିନ୍ଦ ବିଶି ଛାତ୍ରଛାତ୍ରୀମାନଙ୍କୁ ମୋବାଇଲରୁ ଦୂରରେ ରହି ପାଠ୍ୟ ପୁସ୍ତକରେ ଅଧିକ ସମୟ ଦେବା ପାଇଁ ପରାମର୍ଶ ଦେଇଥିଲେ । ଯୁକ୍ତ ଦୁଇ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଡ. ପ୍ରଣବ ପୁରୋହିତ ପରୀକ୍ଷା ପରିଚାଳନା ଉପରେ ତଥ୍ୟ ରଖିଥିବା ବେଳେ କଲେଜର ପରୀକ୍ଷା ନିୟନ୍ତ୍ରକ ଡ. ଉମେଶ ଚନ୍ଦ୍ର ସାହୁ ମେଧାବୀ ଛାତ୍ର ଛାତ୍ରୀଙ୍କୁ ସ୍ଵର୍ଣ୍ଣ ପଦକ ବଣ୍ଟନର ବ୍ୟବସ୍ଥା ଉପରେ କହିଥିଲେ । ଏହି ଅବସରରେ କଲେଜ ପରିଚାଲନା କମିଟି ସଦସ୍ୟ ଅରୁଣ ମିଶ୍ର, ସରପଞ୍ଚ ମୁକେଶ ଜୈନ ଏବଂ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷା ଗୀତା ବିଶି ଉପସ୍ଥିତ ଥିଲେ । ସଭା ପ୍ରାରମ୍ଭରୁ ଅଧ୍ୟାପିକା ବନ୍ଦନା କରଙ୍କ ତତ୍ତ୍ଵାବଧାନରେ ଛାତ୍ର ଛାତ୍ରୀଙ୍କ ଦ୍ଵାରା ଭାରତ ଗୀତିକା ଗାନ କରାଯାଇଥିଲା । ଅଧ୍ୟାପିକା ସସ୍ମିତା ପାଣିଗ୍ରାହୀ ମେମୋରିଆଲ ପ୍ରାଇଜ ବଣ୍ଟନର ଦାୟିତ୍ଵ ନେଇଥିଲେ । ଏହି ଅବସରରେ ପ୍ରାଧ୍ୟାପକ ବିଧାନ ଚନ୍ଦ୍ର ମିଶ୍ର, ପ୍ରାଧ୍ୟାପକ ରମାକାନ୍ତ ବେହେରା, ପ୍ରାଧ୍ୟାପକ କୃଷ୍ଣ ଚନ୍ଦ୍ର ଶତପଥୀ, ଅଧ୍ୟାପକ ସଞ୍ଜୀବ ତ୍ରିପାଠୀ, ଅଧ୍ୟାପକ ଜୟଦେବ କର, ଅଧ୍ୟାପକ ରାକେଶ ସେଠୀ, ଅଧ୍ୟାପକ ବୈଷ୍ଣବ କବାଟ, ଅଧ୍ୟାପକ ବେଦବର ରଣା, ମୁଖ୍ୟ କିରାଣୀ ବିନୋଦ ପଟ୍ଟନାୟକ, ଚିର ପଟ୍ଟନାୟକ ତଥା ଏନସିସିର ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.