pakka

ବାଇକକୁ ଧକ୍କା ଦେଇ ଡିକିରୁ ବଙ୍ଗୋମୁଣ୍ଡା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଠାରୁ ୪ ଲକ୍ଷ ୬୪ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

bbehera

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଞ୍ଜି-ବଙ୍ଗୋମୁଣ୍ଡା ୪୨ ନମ୍ବର ରାଜ୍ୟ ରାଜପଥ ଦନ୍ଦରାଠାରେ ସ୍ପଷ୍ଟ ଦିବାଲୋକରେ ଅପରାହ୍ନ ସମୟରେ ଚଳନ୍ତା ବାଇକକୁ ଧକ୍କା ଦେଇ ବାଇକ୍‌ ଡିକି ଭାଙ୍ଗି ୪ ଲକ୍ଷ ୬୪ ହଜାର ଟଙ୍କା ଲୁଟି ନେଇଛନ୍ତି ଦୁର୍ବତ୍ତମାନେ । ବଙ୍ଗୋମୁଣ୍ଡା ଗ୍ରାମ ପଂଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ସତ୍ୟକୁମାର ଘିଭେଲା ଓ ଅନ୍ୟ ଜଣେ ସହଯୋଗୀ ଇଓ ଚିନ୍ତାମଣି ରଣା ଏକ ବାଇକ୍‌ରେ ବଙ୍ଗୋମୁଣ୍ଡା ଭାରତୀୟ ଷ୍ଟେଟ ବ୍ୟାଙ୍କରୁ ଭତ୍ତା ଟଙ୍କା ଉଠାଇ କଂଟାବାଞ୍ଜି ନିଜ ଘରକୁ ଯାଉଥିଲେ । ଏହି ସମୟରେ ଏକ ଆପାଚି ଗାଡିରେ ଆସି ୩ ଜଣ ଦୁର୍ବୃତ୍ତ ଇଓଙ୍କ ବାଇକ୍‌କୁ ଧକ୍କା ଦେଇ ବାଇକ୍‌ ଡିକି ଭାଙ୍ଗି ଟଙ୍କା ଝାଂପି ନେଇ ଫେରାର୍‌ ହୋଇଯାଇଥିଲେ । ନିଛାଟିଆ ସ୍ଥାନ ଦେଖି ଲୁଟ୍‌ କରିଛନ୍ତି ଲୁଟେରାମାନେ । ଏହି ଘଟଣାରେ ଉଭୟ ଇଓ ସାମାନ୍ୟ ଆହତ ହୋଇଥିବା ବେଳେ ବଙ୍ଗୋମୁଣ୍ଡା ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି । ବଙ୍ଗୋମୁଣ୍ଡା ପୋଲିସର ତନାଘନା ତଦନ୍ତ ଜାରି ରଖିଛି ।

jay balangir
Leave A Reply

Your email address will not be published.

seventeen − five =