pakka

ଅବସରପ୍ରାପ୍ତ ଷ୍ଟେଟ ବ୍ୟାଙ୍କ କର୍ମଚାରୀ ମୋହନ ପ୍ରଧାନୀଙ୍କ ପରଲୋକ

bbehera

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ସହରର ଜଣାଶୁଣା ବ୍ୟକ୍ତିତ୍ଵ ଅବସରପ୍ରାପ୍ତ ବ୍ୟାଙ୍କ୍ କର୍ମଚାରୀ ମୋହନ ପ୍ରଧାନୀ (୭୦)ଙ୍କ ହୃଦ୍‌ଘାତରେ ପରଲୋକ ହୋଇଯାଇଛି । ସ୍ୱର୍ଗତ ପ୍ରଧାନୀ କିଛି ଦିନ ପୂର୍ବରୁ ହାଇଦ୍ରାବାଦରେ ରହି ଚାକିରୀ କରୁଥିବା ପୁଅ ପାଖକୁ ଯାଇଥିଲେ । ସେଠାରେ ଗତ ସୋମବାର ସକାଳୁ ହୃଦ୍‌ଘାତ ହେତୁ ତାଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି । ଗତ ସୋମବାର ରାତିରେ ଆମ୍ବୁଲାନ୍ସ ଯୋଗେ ଶ୍ରୀ ପ୍ରଧାନୀଙ୍କ ମର ଶରୀର ନିଜ ବାସସ୍ଥାନ ଜୟପାଟଣାରେ ପହଞ୍ଚିବା ପରେ ଏକ ଶୋକାକୁଳ ପରିବେଶ ମଧ୍ୟରେ ମଙ୍ଗଳବାର ସକାଳୁ ଅନ୍ତିମ ସଂସ୍କାର କରାଯାଇଥିଲା । ତାଙ୍କର ବଡ଼ ପୁଅ ଆଦିତ୍ୟ ଓ ଅନ୍ୟ ଦୁଇ ପୁଅ ଆଶିଷ ଓ ଆଲୋକ ମୁଖାଗ୍ନି ଦେଇଥିଲେ ।

jay balangir
Leave A Reply

Your email address will not be published.

4 + four =