om academy

ରାଜ୍ୟରେ ଚର୍ଚ୍ଚାରେ ଥିବା ଅର୍ଚ୍ଚନା ନାଗଙ୍କ ନାମରେ ସପ୍ତାହେ ହେଲା ବ୍ରହ୍ମପୁରରେ ବି ଚର୍ଚ୍ଚା ଜୋର ଧରିଛି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରାଜ୍ୟରେ ଚର୍ଚ୍ଚାରେ ଥିବା ଅର୍ଚ୍ଚନା ନାଗଙ୍କ ନାମରେ ସପ୍ତାହେ ହେଲା ବ୍ରହ୍ମପୁରରେ ବି ଚର୍ଚ୍ଚା ଜୋର ଧରିଛି । ବଡ଼ ବଡ଼ ଲୋକଙ୍କୁ ବ୍ଲାକମେଲ କରି କୋଟି କୋଟି ଟଙ୍କା ଅର୍ଜନ କରୁଥିବା ଏହି ମହିଳା ଏବେ ଜେଲରେ । ହେଲେ ଉକ୍ତ ମହିଳାଙ୍କ ଲିଙ୍କ ଏବେ ବ୍ରହ୍ମପୁରକୁ ଲମ୍ବିଛି ବୋଲି କୁହାଯାଉଛି । କାରଣ ବ୍ରହ୍ମପୁର ସହରର ଏହି ଯୁବକ ଏବଂ ସହରର ଜ୍ୱାଇଁପୁଅ ଭାବେ ପରିଚିତ ସୁନୀଲ ମେହେର ହେଉଛନ୍ତି, ଅର୍ଚ୍ଚନାଙ୍କ ଗଡ଼ ଫାଦର । ଦେହ ବ୍ୟବସାୟରେ ବାରମ୍ବାର ଧରାପଡି ଭୁବନେଶ୍ୱର ପୋଲିସ ତଡିପାର କରିବା ପରେ ସହର ବାହାରେ ରହି ମେହେର କୁଆଡେ ଅର୍ଚ୍ଚନାଙ୍କ ଲିଙ୍କରେ ଥିଲେ । ଉଭୟେ ବାହାର ରାଜ୍ୟରୁ ସୁନ୍ଦର ସୁନ୍ଦର ଯୁବତୀଙ୍କୁ ଆଣି ବଡ଼ ବଡ଼ ଲୋକଙ୍କୁ ଖୁସି କରାଉଥିଲେ । ଏଥିରେ ବ୍ରହ୍ମପୁର ସହରର କିଛି ବଡ଼ ବ୍ୟବସାୟୀ ଶିକାର ହୋଇଛନ୍ତି । ଯୁବତୀ ହଜାର ନେଉଥିବା ବେଳେ ଅର୍ଚ୍ଚନା ନେଉଥିଲେ ଲକ୍ଷ ଲକ୍ଷ । ଏଥିରେ ଉଭୟେ ଲାଭବାନ ହେଉଥିଲେ । ଏହି ସୁନୀଲ ବ୍ରହ୍ମପୁର ସହରର ଗଜପତିନଗରରେ ଦୀର୍ଘ ବର୍ଷ ରହିବା ପରେ ୨୦୦୮ରେ ଭୁବନେଶ୍ୱରରେ ଘର ଭଡା କରି ରହିଲେ । ଟଙ୍କା ଉପାର୍ଜନର ସୁବିଧା ବାଟ ବାହାର କରି ଦେହ ବ୍ୟବସାୟକୁ ମୁଖ୍ୟ ପେଷା କରି କୋଟି କୋଟି ଅର୍ଜନ କରିଥିଲେ । ପରେ ଭୁବନେଶ୍ୱରରୁ ତଡିପାର ହେବା ପରେ ଅର୍ଚ୍ଚନାଙ୍କ ଲିଙ୍କରେ ଆସିଥିଲେ । ଏବେ ଅର୍ଚ୍ଚନା ଜେଲରେ, ସୁନୀଲ ମେହେର ତଡିପାର ଓ ଅର୍ଚ୍ଚନାଙ୍କ ସ୍ୱାମୀ ଏବେ ଫେରାର । ପୋଲିସ ଖୋଲୁଛି ଗୁମର ।

Leave A Reply

Your email address will not be published.

nineteen + 14 =