pakka

ଦାବରି ଗାଁରେ ନିମ୍ନମାନର କଂକ୍ରିଟ ରାସ୍ତା କାମ ହେଉଥିବା ଅଭିଯୋଗ ଆଣିଲେ ଗ୍ରାମବାସୀ

bbehera

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ହିଆଁଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଦାବରି ଗାଁ ପ୍ରଧାନମନ୍ତ୍ରୀ ସଡ଼କରୁ ଗାଁ ଭିତରକୁ ଯିବା ରାସ୍ତା ଅବ୍ୟବସ୍ଥା ହୋଇପଡିଛି । ଏପଟେ ସରକାରୀ ପ୍ରାଥମିକ ବିଦ୍ୟାଳୟଠାରୁ ଗହିରପଡା ଓ ମାଟିଗୁଡିଠାରୁ ବରଗଛ ଛକ ପର୍ଯ୍ୟନ୍ତ ନିମ୍ନମାନର କାମ ହୋଇଥିବା ବେଳେ ଗାଁଲୋକେ ହୋହାଲ୍ଲା ହେଉଥିବା ଜନସାଧାରଣ ଅଭିଯୋଗ କରିଛନ୍ତି । ଏହି ଗାଁର ଏସ୍‌ଏଚ୍‌ଜି ମହିଳା ବୃନ୍ଦ ଅନେକେ ଥର କୋଶଳ ପ୍ରବାହ ତୁରେକେଲା ବ୍ଲକ ପ୍ରତିନିଧିଙ୍କୁ ଗାଁ ରାସ୍ତା ବିଷୟରେ ଅଭିଯୋଗ ଜଣାଇଥିବାରୁ ଏନେଇ କୋଶଳ ପ୍ରବାହ ଖବର କାଗଜରେ ପ୍ରଚାର ପ୍ରସାର କରାଯାଇଥିଲା । ବର୍ତ୍ତମାନ କୋଶଳ ପ୍ରବାହର ପ୍ରଭାବରୁ ଗାଁ ରାସ୍ତା କପ୍ସକ୍ରିଟ ନିର୍ମାଣ ବେଳେ ନିମ୍ନମାନର କାମ ହୋଇଥିବା ବେଳେ ଗାଁଲୋକେ ହୋହାଲ୍ଲା ସହିତ ଅଭିଯୋଗ ଜଣାଇଛନ୍ତି । ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଦାବି କରାଯାଉଛି ।

Leave A Reply

Your email address will not be published.

nineteen − eleven =