ବୌଦ୍ଧ, (କେପିଏନ୍ଏସ୍) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଲମ୍ବସରୀ ପଞ୍ଚାୟତ ଗୁହୁରିଆ ପାଲି ଗ୍ରାମର ପାଣ୍ଡେଶ୍ଵର ମଲ୍ଲିକ, କୈକେଇ କଅଁର, ମିଥିଲା ବଗର୍ତ୍ତି, ଶିବ କୁଶଲ, ଉତ୍ତର ଜାନୀ, କୁରୁପତି ଜାନୀ, ପଣ୍ଡିତ କଅଁର, ଉଚ୍ଛବ କଉତୁଆ, ଚତୁର୍ଭୁଜ ଅଙ୍ଗରିଆ, ରଞ୍ଜିତା ପୋଡ଼ ପ୍ରମୁଖ ଦଶ ଜଣଙ୍କ ମାଟି ଚାଳଘର ପାଞ୍ଚ କାଳବୈଶାଖୀରେ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବାରୁ ଏହି ପରିବାରଗୁଡ଼ିକ ବେସାହାରା ହୋଇଯାଇଥିବା ଅଭିଯୋଗ ହୋଇଛି । ଭୟଙ୍କର ପବନ ବହିବା ସହ ପ୍ରବଳ ବର୍ଷା ଯୋଗୁଁ ଘର ଛପର ଉଡ଼ିଯାଇ ଅନେକ ଘର ଭାଙ୍ଗିଯାଇଛି । ଘର ଉଜୁଡି ଯାଇଥିବାରୁ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପ୍ରଚଣ୍ଡ ଗ୍ରୀଷ୍ମର ୪୫ ଡିଗ୍ରୀ ଖରା ସତ୍ୱେ ଘର ଭାଙ୍ଗି ଯାଇଥିବାରୁ ଉପରୋକ୍ତ ୧୦ଟି ପରିବାର ସହାୟତା ପାଇଁ ଦାବି କରିଛନ୍ତି ।
Next Post
