
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ୱାର୍ଡ ନମ୍ବର ୧୨ ସ୍ଥିତ ସ୍ୱର୍ଗତ ଦଶରଥ ସାହୁଙ୍କ ବାସ ଭବନରେ ଏସି ଫାଟି ଲାଗିଲା ନିଆଁ । ଏସି ଫାଟି ନିଆଁ ଲାଗିଥିବା ଲୋକେ କହୁଛନ୍ତି । ତେବେ ନିଆଁ ଘରର ଅନ୍ୟପଟେ ମଧ୍ୟ ବ୍ୟାପି ଯିବା ସହ ବହୁ ପରିମାଣରେ ଘରର ଆସବାବ ପତ୍ର ପୋଡି ଯିବା ସହ ସେହି ଅଞ୍ଚଳ ଧୂଆଁମୟ ହୋଇଯାଇଛି । ତେବେ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ କରିବାକୁ ଚେଷ୍ଟା କରୁଛନ୍ତି । ଗୋଦାମ ଘରେ ମଧ୍ୟ ନିଆଁ ଲାଗିଥିବା ଯୋଗୁଁ ଆହୁରି ଜୋରରେ ଜଳୁଛି ନିଆଁ, ଘର ଯାକ ଧୂଆଁମୟ ହେବା ସହ ଲୋକଙ୍କ ଭିଡ ଜମିଛି ।