oom

ସରପଞ୍ଚ ପ୍ରାର୍ଥୀଙ୍କୁ ମରଣାନ୍ତକ ଆକ୍ରମଣ ନେଇ ଅଭିଯୋଗ

jsmm

କେନ୍ଦ୍ରାପଡା : ସରପଞ୍ଚ ପ୍ରାର୍ଥୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ନେଇ ପରିବାର ଲୋକେ କେନ୍ଦ୍ରାପଡା ଜିଲା ପାଟକୁରା ଥାନାରେ ଅଭିଯୋଗ କରିଥିବା ସୂଚନା ମିଳିଛି । ଅଭିଯୋଗ ଅନୁଯାଯାୟୀ, କେନ୍ଦ୍ରାପଡା ଜିଲା ଗରଦପୁର ବ୍ଲକ ସାନଅଢ଼ଙ୍ଗା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଅମୀୟ ରଞ୍ଜନ ସାହୁ ଗତ ସନ୍ଧ୍ୟାରେ ନିର୍ବାଚନ ପରିଚାଳନା ସମ୍ପର୍କରେ ବୁଥ୍‌ ଏଜେଣ୍ଟଙ୍କ ନିକଟକୁ ଯାଇଥିବା ବେଳେ ପ୍ରାୟ ରାତି ୧୧ଟା ପର୍ଯ୍ୟନ୍ତ ଘରକୁ ନଫେରିବାରୁ ଖୋଜାଖୋଜି ଆରମ୍ଭ ହୋଇଥିଲା । ପରେ ବିଳମ୍ବିତ ରାତିରେ ନିକଟସ୍ଥ ଅର୍ଜୁନପୁରର ବ୍ୟାଙ୍କଗଡା ଠାରେ ତାଙ୍କୁ ରକ୍ତ ଜୁଡୁବୁଡୁ ଓ ଅଚେତ ଅବସ୍ଥାରେ ସ୍ଥାନୀୟ ଲୋକ ଉଦ୍ଧାର କରିଥିଲେ । ତେବେ ଏହାକୁ ନେଇ ପାଟକୁରା ଥାନା ପୋଲିସ ପକ୍ଷରୁ ପ୍ରାଥମିକ ତଦନ୍ତ ଆରମ୍ଭ ହୋଇଥିବା ଜଣାପଡିଛି ।

jittmm
Leave A Reply

Your email address will not be published.