csstore

ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସଂପାଦକଙ୍କ ନାମରେ ଅଭିଯୋଗ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର କର୍ମକର୍ତ୍ତା, ବ୍ଲକ ସଭାପତି ଏବଂ ଆଦିବାସୀମାନେ ଅଭିଯୋଗ କରିଛନ୍ତି ଯେ, ନିରଞ୍ଜନ ବିଶି ସଂପାଦକ ଆଦିବାସୀ କଲ୍ୟାଣ ସଂଘ ଅଗଣତାନ୍ତ୍ରିକ ଓ ଅସାମ୍ବିଧାନିକ ପ୍ରକ୍ରିୟାରେ କାର୍ଯ୍ୟ କରୁଛନ୍ତି । ସଂଘ ୨୦୦୭ରେ ପଞ୍ଜିକୃତ ହୋଇଥିଲା । ୨୦୦୯ ସୁଦ୍ଧା ଠିକ୍‌ ଭାବେ ପରିଚାଳନା କରାଯାଉଥିଲା । ଆଦିବାସୀଙ୍କ ହକ୍‌ ପାଇଁ ସଂଗ୍ରାମ କରୁଥିଲା । କିନ୍ତୁ ତା’ପରେ ସଂପାଦକଙ୍କର ଅବହେଳା ହେତୁ ମାସିକ ବୈଠକ, ତ୍ରିମାସିକ ବୈଠକ କିମ୍ବା ବାର୍ଷିକ ବୈଠକ ମଧ୍ୟ ବସିଲା ନାହିଁ । ଆୟ ବ୍ୟୟ ସଠିକ୍‌ ହିସାବ ପତ୍ର ଦେଲେ ନାହିଁ । ତେଣୁ ଆଜି ଜିଲ୍ଲା ସମିତି ରେଜିଷ୍ଟ୍ରେସନ ତଥା ଅତିରିକ୍ତ ଜିଲ୍ଲାପାଳ ବଲାଙ୍ଗିରକୁ ଲିଖିତ ମାଧ୍ୟମରେ ଜଣାଇଛନ୍ତି ଏବଂ ଏହାର ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଅନୁରୋଧ କରାଯାଇଛି । ଅତିରିକ୍ତ ଜିଲ୍ଲାପାଳ କହିଲେ ଯେ, ଯେହେତୁ ନିୟମିତ ବୈଠକ କିମ୍ବା ଅଡିଟ୍‌ ହୋଇନାହିଁ କିମ୍ବା ରିନୁଏଲ ନ ହେଲେ ସଂଘ ରଦ୍ଦ ହୋଇଯିବା ସମ୍ଭାବନା ଅଛି । ଆଜିର ଏହି ଲିଖିତ ଦାବୀପତ୍ର ସ୍ୱାକ୍ଷର କରିଥିଲେ ଅଷ୍ଟରତ୍ନ ବରିହା ସଭାପତି ପାଟଣାଗଡ, ବିପ୍ର ବିଶି ଖପ୍ରାଖୋଲ ସଭାପତି, ବସନ୍ତ ମାଝି ବେଲପଡା ସଭାପତି, ସୁଦାମ ଭୋଇ ଦେଓଗାଁ ସଭାପତି, ହିମାନନ୍ଦ ଭୋଇ ମୁରିବାହାଲ ବ୍ଲକ ସଭାପତି, ସତ୍ୟନାରାୟଣ ଭୋଇ ମୁଖ୍ୟ ଉପଦେଷ୍ଟା ଆଦିବାସୀ କଲ୍ୟାଣ ସଂଘ ଏବଂ ଅନ୍ୟାନ୍ୟ ମଧ୍ୟ ସ୍ୱାକ୍ଷର କରିଛନ୍ତି ।

jayashree
Leave A Reply

Your email address will not be published.