ଗ୍ରାଫାଇଟ ଇଣ୍ଡିଆ ଲିମିଟେଡ କମ୍ପାନୀର ଫିନିସିଂ ଏଚ୍ଓଡି ଯୁକ୍ତେଶ୍ୱର୍ ମହାପାତ୍ରଙ୍କୁ ଆକ୍ରମଣ ଅଭିଯୋଗ : କାରଣ ଅସ୍ପଷ୍ଟ
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ନିକଟସ୍ଥ ତୁର୍ଲା ଗ୍ରାମରେ ଅବସ୍ଥିତ ଥିବା ଗ୍ରାଫାଇଟ ଇଣ୍ଡିଆ ଲିମିଟେଡ କମ୍ପାନୀର ଫିନିସିଂ ଏଚ୍ଓଡି ଯୁକ୍ତେଶ୍ଵର ମହାପାତ୍ରଙ୍କୁ ତିନି ଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି । ତେବେ କେଉଁ କାରଣରୁ ଆକ୍ରମଣ କରାଯାଇଛି ତାହା ଜଣାପଡି ନଥିବା ବେଳେ ଆକ୍ରମଣ କରିଥିବା ବ୍ୟକ୍ତିଙ୍କ ମଧ୍ୟରୁ ଜଣଙ୍କୁ ସେ ଚିହ୍ନିଛନ୍ତି ବୋଲି କହୁଛନ୍ତି । ଟିଟିଲାଗଡ ସରକାରୀ ଡାକ୍ତରଖାନାରେ ପ୍ରଥମେ ସେ ଚିକିତ୍ସିତ ହେବା ପରେ ଥାନାକୁ ଅଭିଯୋଗ କରିବା ପାଇଁ ଯାଇଥିବା ନେଇ ସୂଚନା ମିଳିଛି । ଅନ୍ୟପଟେ ଏହି କମ୍ପାନୀରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେଉ ନଥିବା ଯୋଗୁଁ ଏଭଳି ଘଟଣା ଘଟିଥାଇ ପାରେ ବୋଲି ସହରରେ ଚର୍ଚ୍ଚା ହେଉଛି । ପୋଲିସର ତଦନ୍ତ ପରେ ସବୁ ଜଣାପଡ଼ିବ ବୋଲି ଲୋକେ କୁହାକୁହି ହେଉଛନ୍ତି ।