om academy

ଜମିବାଡି ବିବାଦକୁ ନେଇ ଯୁବକଙ୍କୁ ହତ୍ୟା ଅଭିଯୋଗ

ବୀରମହାରାଜପୁର/ସୁବଲୟା : ସୁବର୍ଣ୍ଣପୁର ଜିଲ୍ଲା ସୁବଲୟା ଥାନା ଅଞ୍ଚଳରେ ଜମିବାଡି ବିବାଦକୁ ନେଇ ଘରୁ ଡାକି ଆଣି ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତକ ଜଣକ ହେଲେ ସୁବଳୟା ଥାନା ଅନ୍ତର୍ଗତ କମିରା ଗାଁର ଅରୁଣ ବିଶ୍ୱାଳଙ୍କ ଏକମାତ୍ର ପୁଅ ପ୍ରକାଶ ବିଶ୍ୱାଳ । ଅଭିଯୋଗ ଅନୁସାରେ ପ୍ରକାଶଙ୍କ ରୟତି ଜମି ନିକଟରେ ଥିବା ସରକାରୀ ଜମିକୁ ଶିବ ପ୍ରଧାନଙ୍କ ପରିବାର ଲୋକ ଅକ୍ତିଆର କରି କୂଅ ଖୋଲିବା ସହ ନିକଟରେ ଏକ ପୋଖରୀ ଖୋଲିଥିଲେ । ଶିବ ପ୍ରଧାନ ସରକାରୀ ଜମିକୁ ଚାଷ ଜମି ପ୍ରସ୍ତୁତ କରିବାକୁ ଜେସିବି ସାହାଯ୍ୟରେ ଜମି ଖୋଲି ପ୍ରକାଶଙ୍କ ରୟତି ଜମି ଭିତରକୁ ଚାଲି ଆସିଥିଲେ । ଖବର ପାଇ ପ୍ରକାଶ ଆମ ଜମି ଉପରୁ ନ ଆସି ତୁମେ ଜବରଦଖଲ କରିଥିବା ଜମି ଉପରେ ଜମି ପ୍ରସ୍ତୁତ କର ବୋଲି କହିଥିଲେ । ଏହାକୁ ନେଇ ଉଭୟ ପରିବାର ମଧ୍ୟରେ ବଚସା ହୋଇଥିଲା । ପରେ ଶିବ ପ୍ରଧାନଙ୍କ ପୁଅ ଦୁଶାସନ ଘରୁ ପ୍ରକାଶଙ୍କୁ ଉକ୍ତ ଜମି ନିକଟକୁ ଡାକିଆଣି ଥିଲେ । ପୁଣି ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ପୂର୍ବରୁ ପ୍ରସ୍ତୁତ ହୋଇଥିବା ଶିବ ପ୍ରଧାନଙ୍କ ପରିବାର ଲୋକେ ପ୍ରକାଶଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ପ୍ରକାଶଙ୍କ ମୃତ୍ୟୁ ହୋଇଥିଲା । ତେବେ ଶିବଙ୍କ ପରିବାର ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ । ଦୀର୍ଘ ସମୟ ପରେ ପରିବାର ଲୋକେ ଜାଣିବାକୁ ପାଇ ସୁବଲୟା ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଶିବ ଏବଂ ଦୁଶାସନକୁ ଅଟକ ରଖିଛି । ପୁଲିସ ଘଟଣାର ତଦନ୍ତ କରୁଥିବା ଜଣାପଡିଛି ।

Leave A Reply

Your email address will not be published.

five × two =