ଆମ୍ବପାଲି ସମିତି ସଭ୍ୟ ପ୍ରାର୍ଥୀଙ୍କୁ ଅପହରଣ କରି ନେଇଥିବା ଥାନାରେ ଅଭିଯୋଗ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କୁସମାଳ ଗ୍ରାମର ମୃଗ ଭୋଇଙ୍କୁ ଅପହରଣ ନେଇଛନ୍ତି ବୋଲି ତାଙ୍କ ସ୍ତ୍ରୀ ପିଙ୍କି ଭୋଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସୂଚନା ମତେ କୁସମାଳ ଗ୍ରାମର ମୃଗ ଭୋଇ ଆମ୍ବପାଲି ସମିତି ସଭ୍ୟ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିଲେ । କିନ୍ତୁ ଗତ ୨୧/୧/୨୦୨୨ ତାରିଖରେ ଗ୍ରାମର ବିଦୁ ରଣା, ମନ୍ତ୍ରୀଙ୍କ ପ୍ରତିନିଧି ଚନ୍ଦ୍ର ବର୍ଦ୍ଧନ ପୁରୋହିତ, ରାଜ କିଶୋର ଡାଙ୍ଗ ରାତି ୧୨ ଘଣ୍ଟା ସମୟରେ ଆସି ମୃଗଙ୍କୁ ଅପହରଣ କରି ନେଇ ଥିବା ତାଙ୍କ ସ୍ତ୍ରୀ ଅଭିଯୋଗ ଆଣିଛନ୍ତି । ପଞ୍ଚାୟତ ନିର୍ବାଚନକୁ ନେଇ ଏଭଳି ଘଟଣା ଘଟାଇ ଥିବା ବେଳେ ମୃଗଙ୍କୁ ଜୀବନରୁ ମାରି ଦେବାର ଧମକ ମଧ୍ୟ ଦେଇଥିବା ଅଭିଯୋଗ କରିଛନ୍ତି । ଯଦି ୨୪ ଘଣ୍ଟା ମଧ୍ୟରେ ମୃଗଙ୍କୁ ଛଡା ନ ଗଲେ ମନ୍ତ୍ରୀ ଟୁକୁନି ସାହୁଙ୍କ ବାସଭବନ ଘେରାଉ କରାଯିବ ବୋଲି ବ୍ଳକ ଆଦିବାସୀ ସଂଘ ସଭାପତି ସନ୍ତୋଷ ପୁଟା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

17 − three =

error: Content is protected !!