ଫସଲ ବୀମା ୨୦୨୧ ରିଜେକ୍ଟ ପଲିସି ଭେରିଫିକେସନ୍‌ ପାଇଁ ରାଜବୋଡାସମର କୃଷକ ସଂଗଠନ ପକ୍ଷରୁ ଦାବୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଲକ କୃଷି କାର୍ଯ୍ୟାଳୟଠାରେ ଫସଲ ବୀମା ୨୦୨୧ ରିଜେକ୍ଟ ପଲିସି ଭେରିଫିକେସନ୍‌ କରିବା ପାଇଁ ରାଜବୋଡାସମ୍ବର କୃଷକ ସଂଗଠନର ପ୍ରତିନିଧି ଓ ଚାଷୀମାନଙ୍କୁ ଡକା ହୋଇଥିଲା । ଇନ୍ସୁରେନ କମ୍ପାନୀର କର୍ମଚାରୀ ଖାଲି ରିଜେକ୍ଟର ଭେରିଫିକେସନ ପାଇଁ ଆସିଛି କହିଥିଲେ । ପେଣ୍ଡିଙ୍ଗ ଓ ରିଭର୍ଟର କିଛି ବି ସ୍ବଷ୍ଟିକରଣ କରି ପାରିଲେ ନାହିଁ । ତେଣୁ ରାଜବୋଡାସମ୍ବର କୃଷକ ସଙ୍ଗଠନ ଗାଇସିଲେଟ ଓ ଚାଷୀମାନେ ଦାବୀ କଲେ । ପ୍ରଥମେ ଏଚ୍‌ଡିଏଫ୍‌ସି ଏଗ୍ରୋ କମ୍ପାନୀ ରିଭର୍ଟ ଓ ପେଣ୍ଡିଙ୍ଗ ଫସଲ ବୀମା ପଲିସିକୁ ଅନୁମୋଦନ କରି ଦେଉ ତା’ପରେ ରିଜେକ୍ଟ ପଲିସିର ଭେରିଫିକେସନ କରୁ ବୋଲି କହିଥିଲେ । ଚାଷୀମାନଙ୍କୁ ହଇରାଣ କରିବା ସହିତ ପଇସା ନ ଦେବା ପାଇଁ ଏଚ୍‌ଡିଏଫ୍‌ସି ଏଗ୍ରୋ କମ୍ପାନୀ ଷଡଯନ୍ତ୍ର ଚଲାଇଛି ଯେତେ ଜଲଦି ହେବ କମ୍ପାନୀ ସମସ୍ତ ରିଜେକ୍ଟ ରିଭର୍ଟ ଆବେଦନକୁ ଅନୁମୋଦନ କରିଦେଉ ତା’ପରେ ରିଜେକ୍ଟର ଭେରିଫିକେସନ୍‌ କଲେ ସମସ୍ତ ଚାଷୀ ସହଯୋଗ କରିବେ ବୋଲି ରାଜବୋଡାସମ୍ବର କୃଷକ ସଙ୍ଗଠନ ଓ ଚାଷୀମାନେ ଦାବୀ ଜଣାଇଥିଲେ । କମ୍ପାନୀ ବହୁତ ଜଲଦି ପେଣ୍ଡିଙ୍ଗ ରିଭର୍ଟ ଓ ରିଜେକ୍ଟର ସମାଧାନ କରି ଦେଉ, ନଚେତ୍‌ ଆଗାମୀ ଦିନରେ ରାଜବୋଡାସମ୍ବର କୃଷକ ସଙ୍ଗଠନ ବିକଳ୍ପ ପନ୍ଥା ଗ୍ରହଣ କରିବ ବୋଲି ଚେତାବନୀ ଦେଇଛି । ଏହି ଆଲୋଚନାରେ ସଂଗଠନର ସଭାପତି ଅରବିନ୍ଦ ପଣ୍ଡା, ଆବାହକ ବିରେନ୍ଦ୍ର ସାହୁ, ସମ୍ପାଦକ ଗଜପତି ସାହୁ, କୋଷାଧ୍ୟକ୍ଷ ଆନନ୍ଦ ଚନ୍ଦ୍ର ପଧାନ, ଉପସଭାପତି ସରୋଜ ସାହୁ, ମହେଶ ଦାଶ, ରଥୀ ସାହୁ, ବିରେନ୍ଦ୍ର ସାହୁ ଓ ଚାଷୀମାନେ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

five × three =

error: Content is protected !!