ସେଲ୍ ଇସ୍ପାତ ହିଁ ଆତ୍ମନିର୍ଭର ଭାରତ ଗଠନର ମେରୁଦଣ୍ଡ-ଯୁବ ହଷ୍ଟେଲସ

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତୀୟ ଯୁବ ହଷ୍ଟେଲସ ରାଉରକେଲା ଶାଖା ଦ୍ୱରା ଆୟୋଜିତ ତଥା ଆରଏସସିଟି ସହଯୋଗରେ ସ୍ଥାନୀୟ ସେକ୍ଟର-୨ ସ୍ଥିତ ମ୍ୟାକ୍ସମୁଲାର ଭବନ ପରିସରରେ ସେଲ୍ ଗୈାରବ(ପ୍ରତିଷ୍ଠା) ଦିବସ କୋଭିଡ ଗାଇଡ ଲାଇନ ମୁତାବକ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆରଏସ୍‌ପି ପ୍ରକଳ୍ପ ବିଭାଗର ନିର୍ବାହୀ ନିର୍ଦ୍ଦେଶକ ଅରୁଣ କୁମାର ପ୍ରଧାନ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ତଥା ଡଃ ଉମାକାନ୍ତ ପଣ୍ଡାଙ୍କ ମନ୍ତ୍ରପାଠ ସହିତ ଉତ୍ସବକୁ ଉଦ୍‌ଘାଟନ କରିଥିଲେ । ଯୁବ ହଷ୍ଟେଲସ ରାଉରକେଲା ଶାଖାର ସଭାପତି ନାରାୟଣ ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ଆରଏସ୍‌ପିର କାର୍ଯ୍ୟ ବିଭାଗର ନିର୍ବାହୀ ନିର୍ଦ୍ଦେଶକ ଏସଆର୍ ସୂର୍ୟ୍ୟବଂଶୀ, ସହର ପ୍ରଶାସନ ଓ ସିଏସଆର ବିଭାଗର ମୁଖ୍ୟ ମହାପ୍ରବନ୍ଧକ ଅଜୟ କୁମାର ନାୟକ, ଆରଏସ୍‌ପି ସ୍ୱାସ୍ଥ୍ୟ ସେବା ବିଭାଗର ଭାରପ୍ରାପ୍ତ ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ବି.କେ.ହୋତା, ମୁଖ୍ୟ ଚିକିତ୍ସାଧିକାରୀ ଡଃ ସାମନ୍ତରାୟ ପ୍ରମୁଖ ଯୋଗ ଦେଇଥିଲେ । ସେଲ୍ ଇସ୍ପାତ ହିଁ ଆତ୍ମନିର୍ଭର ଭାରତ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିବ ଅର୍ଥାତ୍ ମେରୁଦଣ୍ଡ ବୋଲି ଅଧ୍ୟକ୍ଷ ବୁଦ୍ଧଦେବ ବାସୁ ଆଶା ପ୍ରକଟ କରିଥିଲେ । ସଭାପତି ଶ୍ରୀ ପତି ସ୍ୱାଗତ ଅଭିଭାଷଣ ପ୍ରଦାନ କରି ୧୯୭୩ ମସିହାରୁ ସେଲ୍ ପ୍ରତିଷ୍ଠା ଦିବସ ପାଳନ ହେଉଥିବା ବେଳେ ଯୁବ ହଷ୍ଟେଲସ ରାଉରକେଲା ଶାଖା ତରଫରୁ ଗତ ୩୨ବର୍ଷ ଧରି ଏହି ଉତ୍ସବ ପାଳନ କରାଯାଉଛି ବୋଲି ପ୍ରକାଶ କରିଥିଲେ । ମୁଖ୍ୟଅତିଥି ଶ୍ରୀ ପ୍ରଧାନ ଓ ସମ୍ମାନୀତ ଅତିଥି ସୂର୍ୟ୍ୟବଂଶୀ ପ୍ରମୁଖ ପୂର୍ବରୁ ଆୟୋଜିତ ହୋଇଥିବା ସମସ୍ତଙ୍କ ଶରୀରରେ ‘ସେଲ୍ ଇସ୍ପାତ ହିଁ ଅଂଶ ବିଶେଷ’ ଓ ‘ସେଲ୍ ଇସ୍ପାତ ହିଁ ଦେଶର ଭବିଷ୍ୟତ’ ଶୀର୍ଷକ ଅନଲାଇନ ତର୍କ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ବିଦ୍ୟାଳୟ ସ୍ତରରେ ସୋନାଲ ମହାପାତ୍ର, ଆଦ୍ୟାଶା ଅଭିଲିପ୍ସା, ବଣ୍‌ର୍ଣ୍ଣଳୀ ସ୍ୱାଇଁ ଏବଂ ମହାବିଦ୍ୟାଳୟ ସ୍ତରରେ ବୀଣା ସାହୁ, ସୁପ୍ରଭା ବିଳାସ ଏବଂ ଲିପିକା ରାୟଙ୍କୁ ପୁରସ୍କୃତ ତଥା ବିଚାରକ ନାରାୟଣ ପତି, ଡଃ ଶକ୍ତି ପ୍ରସାଦ ସାମନ୍ତରାୟ ଏବଂ ଆରଏସପିର ମହାପ୍ରବନ୍ଧକ ଜୀତେନ ମହାନ୍ତି ପ୍ରମୁଖଙ୍କୁ ସମ୍ମାନୀତ କରିଥିଲେ । ଉପସଭାପତି ତଥା ଆରଏସପିର ଭାରପ୍ରାପ୍ତ ମହାପ୍ରବନ୍ଧକ ପ୍ରତାପ କୁମାର ସ୍ୱାଇଁ ସେଲ୍ ଗୈାରବ ଦିବସ ଅବସରରେ ଉପସ୍ଥିତ ସଦସ୍ୟଙ୍କୁ ଶପଥ ପାଠ କରାଇଥିଲେ । ପରେ ସେଲ୍ ଗୈାରବ ଦିବସ କେକ୍‌କୁ ମୁଖ୍ୟ ଅତିଥିଙ୍କ ସମେତ ଅନ୍ୟାନ୍ୟ ଅତିଥି ମାନଙ୍କ ଦ୍ଵାରା କଟାଯାଇଥିଲା । ସମ୍ପାଦକ ନିରଞ୍ଜନ ସାମଲ ମଞ୍ଚ ପରିଚାଳନା କରିଥିବାବେଳେ ପରିବେଶ ସୁରକ୍ଷା ସମିତିର ସଂଯୋଜକ ପି.ପି.କେ. ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଆଜାଦି କି ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ଅନ୍ତର୍ଗତ ଏହି ଉତ୍ସବରେ ଯୁଗ୍ମ ସମ୍ପାଦକ ସରୋଜ ପଟ୍ଟନାୟକ, ଆଶିଷ ବିଶ୍ରା ହେମ୍ରମ, କୋଲା ଶାନ୍ତା, ରାଜେଶ ଅଗ୍ରୱାଲ, ପଙ୍କଜ ପାଢ଼ୀ, ଲୁସି ଦାସ, କାପ୍ରା ହାଁସଦା, ସମରକାନ୍ତ ମଲ୍ଲିକ, ରଞ୍ଜନ ବାରିକ, ସରୋଜ ପାତ୍ର, ସୁନନ୍ଦା ସାମଲ, ଶାନ୍ତି ଦାସ, ମିନାକ୍ଷୀ ପାଢ଼ୀ, ସଲିଲ ସାହୁ, ଅମିତାଭ ଠାକୁର, ସଞ୍ଜୟ ଦାସ, ଅଭିଷେକ ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.

three × 1 =

error: Content is protected !!