ମର୍ମନ୍ତୁଦ ଦୁର୍ଘଟଣା : ବସ୍‌ ଖସିଲା ଖାଲରେ, ୨ ଜଣଙ୍କର ମୃତ୍ୟୁ ଓ ୧୮ ଜଣ ଯାତ୍ରୀ ଆହତ

ବାରବାଙ୍କି : ଉତ୍ତରପ୍ରଦେଶର ବାରବାଙ୍କି ଠାରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି । ସୂଚନାନୁସାରେ, ଉତ୍ତରପ୍ରଦେଶ ରାଜ୍ୟ ସଡକ ପରିବହନ ନିଗମର ବସ୍‌ ଅନିୟନ୍ତ୍ରିତ ଭାବରେ ଖାଲରେ ଖସି ପଡ଼ିଛି । କ୍ଷୀପ୍ର ଗତି ହେତୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଇଛି । ପୋଲିସର ସୂଚନାନୁସାରେ, ଏହି ବସ୍‌ରେ ମୋଟ ୨୪ ଜଣ ଯାତ୍ରୀ ଥିଲେ, ସେଥିମଧ୍ୟରୁ ୧୮ ଜଣଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ଡାକ୍ତରଖାନାକୁ ପଠାଯାଇଛି । ଏଥିସହିତ ଏପର୍ଯ୍ୟନ୍ତ ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଇଛି । ତେବେ ଆହୁରି ଅନେକ ଯାତ୍ରୀଙ୍କ ଅବସ୍ଥା ଗୁରୁତର ରହିଥିବା ମଧ୍ୟ ସୂଚନାରେ କୁହାଯାଇଛି । କ୍ଷୀପ୍ର ବେଗରେ ଆସୁଥିବା ଦୁର୍ଘଟଣାଗ୍ରସ୍ତ ବସ୍‌ଟି ଅନ୍ୟ ଗାଡିକୁ ଓଭର୍‌ ଟେକ୍‌ କରୁଥିବା ବେଳେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଦୁର୍ଘଟଣାଗ୍ରସ୍ତ ବସ୍‌ଟି ଗୋଣ୍ଡା ଡିପୋର ହୋଇଥିବା ବେଳେ ଏହା ବହରାଇଚ୍‌ରୁ ଲକ୍ଷ୍ନୌ ଯାଉଥିଲା । ଏହି ସମୟରେ, ବାରବାଙ୍କି ରାମନଗର ପୋଲିସ ଷ୍ଟେସନ ଅଂଚଳର ଚୌକା ଘାଟ କ୍ରସିଂ ନିକଟରେ ଏହି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣା ସଂପର୍କରେ ସୂଚନା ପାଇବା ପରେ ପୋଲିସ ଫୋର୍ସ ତୁରନ୍ତ ଘଟଣାସ୍ଥଳରେ ପହଂଚିଛି ଓ ବର୍ତ୍ତମାନ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ଚାଲିଛି ।

Leave A Reply

Your email address will not be published.

19 − three =

error: Content is protected !!