ପାଠ ଅଧାରୁ ଛାଡିଥିବା ଛାତ୍ରଛାତ୍ରୀମାନଙ୍କର ବିଦ୍ୟାଳୟରେ ପୁନର୍ବାର ତାଲିକାର୍ଭୁକ୍ତ ହେବା ସଂପର୍କିତ ଆଇନ ସଚେତନତା ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ ଅନୁସାରେ ଏବଂ ଅଧକ୍ଷ ଜିଲ୍ଲା ଆଇନ ସେବା ପ୍ରାଧିକରଣ ବଲାଙ୍ଗିର, ଡକ୍ତର ପବିତ୍ର ମୋହନ ସାମଲଙ୍କ ଅନୁମତିରେ ଝାଙ୍କରପାଲି ଗ୍ରାମ ପଂଚାୟତ ଠାରେ ଅଧାରୁ ପାଠ ଛାଡିଥିବା ଛାତ୍ରଛାତ୍ରୀମାନଙ୍କର ବିଦ୍ୟାଳୟରେ ପୁନର୍ବାର ତାଲିକାର୍ଭୁକ୍ତ ହେବା ସଂପର୍କିତ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଆଇନ ସଚେତନତା ଶିବିରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ପବିତ୍ରାନନ୍ଦ ପ୍ରଧାନ, ଜିଲ୍ଲା ଅତିରିକ୍ତ ବ୍ଳକ ବିକାଶ ଅଧିକାରୀ ରାମଦତ ଭୋଇ, ବଲାଙ୍ଗିର ବ୍ଳକ ଉପାଧ୍ୟକ୍ଷ ପୁଷ୍ପାଞ୍ଜଳି ହୋତା, ଗ୍ରାମ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ମହେଶ୍ଵର ପ୍ରଧାନ, ସରପଂଚଚ ଶ୍ରୀମତୀ ବୃନ୍ଦାବତୀ ବେହେରା, ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ଵମ୍ବର ଭୋଇ, ଶିଶୁ କଲ୍ୟାଣ କମିଟି ମେମ୍ବର, ଜିଲ୍ଲା ଶିଶୁ ସୁରକ୍ଷା ପରାମର୍ଶଦାତ୍ରୀ (ଏନଜିଓ) ସନ୍ଧ୍ୟାରାଣୀ ପତି ପ୍ରମୁଖ ଯୋଗଦାନ କରିବା ସହିତ ଉପସ୍ଥିତ ଅଂଚଳବାସୀମାନଙ୍କୁ ଅଧାରୁ ପାଠ ଛାଡୁଥିବା ଛାତ୍ରଛାତ୍ରୀମାନେ ପୁନର୍ବାର କିପରି ତାଲିକାର୍ଭୁକ୍ତ ହେବା ସହିତ ପାଠ ପ୍ରତି ସେମାନଙ୍କର କିପରି ଆଗ୍ରହ ସୃଷ୍ଟି ହୋଇପାରିବ ସେ ସଂବନ୍ଧରେ ସଚେତନ କରିଥିଲେ । ଏହି କାର୍ଯ୍ୟକ୍ରମରେ ନାଲସାର ଥିମ ଗୀତ ପରିବେଷଣ ସହିତ ନାଲସା ଦେୟ ମୁକ୍ତ ନଂ – ୧୫୧୦୦ର ପ୍ରଚାର ପ୍ରସାର କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପାରା ଲିଗାଲ ଭଲ୍ୟୁନିଟର ଲକ୍ଷ୍ମଣ ମହାକୁର ଓ ପଂଚାୟତର ଅନ୍ୟ ସଦସ୍ୟବୃନ୍ଦ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.