csstore

୩ ବାଇକ ସହ ୨୬ କେଜି ଗଞ୍ଜେଇ ଜବତ : ଗଞ୍ଜେଇ ମାଫିଆ ଫେରାର

ସଇଁନ୍ତଲା, (ଅଜିତ କୁମାର ସାହୁ) : ଦିନକୁ ଦିନ ଗଞ୍ଜେଇ ଚୋରା ଚାଲାଣ ବଢି ବଢି ଚାଲିଥିବା ବେଳେ ଆଜି ୩ ଟି ବାଇକ ସହ ୨୬ କେଜି ଗଞ୍ଜେଇକୁ ଅବକାରୀ ବିଭାଗ ପକ୍ଷରୁ ଜବତ କରାଯାଇଥିବା ଜଣାପଡିଛି । ସୂଚନା ଯୋଗ୍ୟ ଯେ, ଗଞ୍ଜେଇ ମାଫିଆ ମାନେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ନେଇ କୌଣସି ସୂତ୍ରରୁ ଖବର ପାଇ ସମ୍ବଲପୁର ଅବକାରୀ ଗୁଇନ୍ଦା ବିଭାଗ ଉତ୍ତରାଞ୍ଚଳ ନିରୀକ୍ଷକ ଶସିକାନ୍ତ ଦତ୍ତଙ୍କ ନେତୃତ୍ୱରେ ବଲାଙ୍ଗିର ଜିଲ୍ଲା ତୁଷୁରା ଓ ବଲାଙ୍ଗିର ଅବକାରୀ ବିଭାଗର କର୍ମଚାରୀମାନେ ଯୁଗୀମରା ରାସ୍ତା, ରାହୁଲ ନଦୀ ବ୍ରିଜ ଓ ମୁକୁନ୍ଦପୁର ରାସ୍ତାରେ ଛପି ରହିଥିଲେ । ତେବେ ଏହି ସମୟରେ ଗଞ୍ଜେଇ ମାଫିଆ ମାନେ ଅବକାରୀ ବିଭାଗର କାର୍ମଚାରୀମାନଙ୍କୁ ଦେଖି ଫେରାର ହେବା ପାଇଁ ଉଦ୍ୟମ କରିଥିବା ବେଳେ ଅବକାରୀ ବିଭାଗର କର୍ମଚାରୀ ମାନେ ଗଞ୍ଜେଇ ମାଫିଆମାନଙ୍କୁ ପିଛା କରିଥିଲେ । ହେଲେ ଗଞ୍ଜେଇ ମାଫିଆମାନେ ରାସ୍ତାରେ ବାଇକ୍‌ ଛାଡି ନିକଟସ୍ଥ ଜଙ୍ଗଲ ଭିତକୁ ଦୌଡ଼ି ପଳାୟନ କରିବାରେ ସକ୍ଷମ ହୋଇଥିବା ବେଳେ ଅବକାରୀ ବିଭାଗ ବାଇକ୍‌କୁ ଜବତ କରି ଯାଞ୍ଚ କରିବାରୁ ବାଇକ୍‌ ସିଟ ଭିତରେ ୨୬ କେଜି ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲା । ପରେ ମାଫିଆମାନେ ଛାଡି ଯାଇଥିବା ୩ ଟି ବାଇକ ସହ ୨୬ କେଜି ଗଞ୍ଜେଇକୁ ଅବକାରୀ ବିଭାଗ ଜବତ କରି ଏକ ମାମଲା ରୁଜୁ କରିବା ସହ ତଦନ୍ତ ଜାରି ରଖିଥିବା ଜଣାପଡିଛି ।

jayashree
Leave A Reply

Your email address will not be published.