ଗଞ୍ଜେଇ ଜବତ କରିବାକୁ ଯାଇ ହଟହଟା ହେଲା ପୋଲିସ୍ : ଏକ ନିର୍ଦ୍ଧିଷ୍ଟ ରାଜନୈତିକ ଦଳକୁ ବଦନାମ କରିବା ନେଇ ଥାନାରେ ଏତଲା

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଆଗକୁ ସାଧାରଣ ନିର୍ବାଚନ ଥିବାରୁ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ନିଶା କାରବାର ରୋକିବାକୁ ବିଭିନ୍ନ ସ୍ଥାନରେ ଚଢାଉ କାର୍ଯ୍ୟ ଜାରୀ ରଖିଛି । ଏପରି ସ୍ଥଳେ ରବିବାର ଦିନ ବାଲିଗୁଡା ଥାନା ଅନ୍ତର୍ଗତ ମିଡିଆକିଆ ଗ୍ରାମ ପଞ୍ଚାୟତର ବରିକିଆ ଗାଁରେ ଗଞ୍ଜେଇ ଗଚ୍ଛିତ ଥିବା ଖବର ପାଇ ବାଲିଗୁଡ଼ା ଏସ୍‌ଡିପିଓ ରାହୁଲ୍ ଗୋୟଲଙ୍କ ନେତୃତ୍ଵରେ ଏକ ପୋଲିସ୍ ଟିମ୍ ବିଭିନ୍ନ ସ୍ଥାନରେ ଚଢାଉ କରି ଗଂଜେଇ ଜବତ କରି ଆସିଥିବା ବେଳେ ଗ୍ରାମବାସୀମାନେ ସଂଘବଦ୍ଧ ଭାବରେ ପ୍ରତିବାଦ କରି ଗଞ୍ଜେଇ ଲୋଡ୍ ଗାଡ଼ି ଓ ପୋଲିସ୍ ଗାଡ଼ିକୁ ଛାଡି ନଥିଲେ । ଭୋର ୪ଟାରୁ ସକାଳ ଯାଏଁ ଦୀର୍ଘ ୪ ଘଣ୍ଟା ଧରି ଖଣ୍ଡଯୁଦ୍ଧ ହୋଇଥଲା । ପୋଲିସ୍ ବିନା ସର୍ଚ୍ଚ ୱାରେଣ୍ଟରେ ମାଜିଷ୍ଟ୍ରେଟଙ୍କ ଅନୁପସ୍ଥିତିରେ ଘର ଘର ପଶି ଗଞ୍ଜେଇ ଜବତ କରୁଛି ଏବଂ ଗଂଜେଇ ଜବତ ବେଳେ ସୁନା ରୁପା ଟଙ୍କା ଜବରଦସ୍ତ ନେଇ ଆସିଥିବା ବିଷୟ ବରିକିଆ ଗ୍ରାମର ୱାର୍ଡ଼ ମେମ୍ବର ଝୁନୁ ମଲିକଙ୍କ ସମେତ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ବରିକିଆ ଗ୍ରାମବାସୀ ପୁରୁଷ ମହିଳା ଗଞ୍ଜେଇ ଭର୍ତ୍ତି ପୋଲିସ୍ ଗାଡ଼ିକୁ ଛାଡି ନଥିଲେ । ଶେଷରେ ବାଧ୍ୟ ହୋଇ ପୁଲିସ୍ ଜବତ କରିଥିବା ୪ ଶହ କେଜିରୁ ଅଧିକ ଗଞ୍ଜେଇକୁ ଘଟଣା ସ୍ଥଳରେ ହିଁ ପୋଡି ଦେଇଥିବା ଦେଖିବାକୁ ମିଳିଛି । ଏନେଇ ବାଲିଗୁଡ଼ା ଥାନା ପୋଲିସ ଏକ ଖବରଦାତା ସମ୍ମିଳନୀ କରି ସୂଚନା ଦେଇଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗକୁ ପୋଲିସ୍ ଖଣ୍ଡନ କରିଛି । ବାଲିଗୁଡା ଅଞ୍ଚଳର ଏକ ନିର୍ଦ୍ଧିଷ୍ଟ ରାଜନୈତିକ ଦଳର ନେତା କୁଆଡେ଼ ପୋଲିସ୍‌କୁ କହି ଗାଁରୁ ଗଞ୍ଜେଇ ଜବତ ପାଇଁ ପଠେଇ ଥିବା କହିଛନ୍ତି ଗ୍ରାମବାସୀ । ପୁଲିସ କୁଆଡ଼େ ଗ୍ରାମବାସୀଙ୍କୁ କହିଛି ଯେ, ବାଲିଗୁଡ଼ାର ଜୈନକ ନେତାଙ୍କ ଇଙ୍ଗିତରେ ଗଂଜେଇ ଚଢ଼ାଉ ହେଉଛି ବୋଲି କିନ୍ତୁ ଏକଥାକୁ ନିର୍ଦ୍ଧିଷ୍ଟ ରାଜନୈତିକ ଦଳର ନେତା ଅସ୍ୱୀକାର କରିଛନ୍ତି । ନିର୍ବାଚନ ଆଉ କମ୍ ଦିନ ଥିବାବେଳେ ବିରୋଧୀ ରାଜନୈତିକ ଦଳ ଫାଇଦା ଉଠାଇବାକୁ ମୋତେ ବଦନାମ କରିବାକୁ ଏହିଭଳି କରୁଛନ୍ତି । ଏକଥା ମିଥ୍ୟା ଓ ମନଗଢା ବୋଲି ଏକ ନିର୍ଦ୍ଧିଷ୍ଟ ରାଜନୈତିକ ଦଳର ନେତା ଗଣମାଧ୍ୟମକୁ କହିଛନ୍ତି । ପୋଲିସ୍ ସହ ଗଣ୍ଡଗୋଳ, ହତ୍ୟାଧମକ ଓ ଗଂଜେଇ କାରବାର ଅଭିଯୋଗରେ ବରିକିଆ ଗ୍ରାମର କିଛି ଲୋକଙ୍କ ନାମରେ ମାମଲା ରୁଜ୍ଜୁ ହୋଇଛି । ପୋଲିସ୍ ଭିଡ଼ିଓ ଆଧାରରେ ତଦନ୍ତ କରି ଏହି କାର୍ଯ୍ୟରେ ସଂଶ୍ଲିଷ୍ଟ ଥିବା ଲୋକକୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଏହି ଖବରଦାତା ସମ୍ମିଳନୀ ଜରିଆରେ ପୋଲିସ ପ୍ରକାଶ କରିଛି ।

Leave A Reply

Your email address will not be published.

16 + 4 =

error: Content is protected !!