pakka

ୟୁପି ନିର୍ବାଚନ : ପ୍ରଧାନମନ୍ତ୍ରୀ ମୋଦୀଙ୍କ ସୀତାପୁରରେ ବିରୋଧୀଙ୍କୁ ଭୟଙ୍କର ଆକ୍ରମଣ

bbehera

ସୀତାପୁର : ୟୁପି ବିଧାନସଭା ନିର୍ବାଚନ ୨୦୨୨ରେ ତୃତୀୟ ପର୍ଯ୍ୟାୟ ପାଇଁ ନିର୍ବାଚନ ହେବାକୁ ଯାଉଛି । ବିଜେପିକୁ କ୍ଷମତାକୁ ଫେରାଇ ଆଣିବାକୁ ଚେଷ୍ଟା କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୀତାପୁରରେ ଏକ ସାଧାରଣ ସଭାରେ ସମ୍ବୋଧିତ କରୁଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ବିରୋଧୀ ଦଳର ନେତାମାନେ ଭୋକାଲ୍‌ ଫର୍‌ ଲୋକାଲ୍‌ କହିବାକୁ ମଧ୍ୟ ଦୁଃଖ ଅନୁଭବ କରୁଛନ୍ତି । କାରଣ ଭୋକାଲ୍‌ ଫର୍‌ ଲୋକାଲ୍‌ କହିଲେ ମୋଦୀଜୀ ଯୋଗୀଜୀଙ୍କୁ ଶ୍ରେୟ ଯିବ । ସେମାନଙ୍କ କାରିଗରମାନଙ୍କ ଦକ୍ଷତା ଉପରେ ଗୁରୁତ୍ୱ ଦେବା ପରିବର୍ତ୍ତେ ବିଦେଶରୁ ଆମଦାନୀ ଉପରେ ଗୁରୁତ୍ୱାରୋପ କରୁଛନ୍ତି ପରିବାରବାଦୀ ନେତାମାନେ ବୋଲି ପିଏମ୍‌ ମୋଦୀ ଆକ୍ଷେପ କରିଛନ୍ତି ।

ସେ କହିଛନ୍ତି, ବର୍ତ୍ତମାନ ଯୋଗୀ ସରକାର ୟୁପି ଲୋକଙ୍କୁ ଏହି ଦଙ୍ଗାକାରୀ ଏବଂ ଅପରାଧୀଙ୍କଠାରୁ ମୁକ୍ତ କରିବା ପାଇଁ କାର୍ଯ୍ୟ କରୁଛନ୍ତି । ସେଥିପାଇଁ ଆଜି ସମଗ୍ର ୟୁପି କହୁଛି – ଯେଉଁମାନେ ଆଇନର ନିୟମ ଆଣିଛନ୍ତି, ଆମେ ସେମାନଙ୍କୁ ଆଣିବୁ ।

jay balangir
Leave A Reply

Your email address will not be published.

six + 5 =