pakka

ପୁତିନ କିଛି ଘଣ୍ଟା ମଧ୍ୟରେ ଯୁଦ୍ଧ ଘୋଷଣା କରିବେ : ରୁଷକୁ ଶେଷ ଚେତାବନୀ ଦେଲେ ବାଇଡେନ

bbehera

ମସ୍କୋ : ୟୁକ୍ରେନ ଉପରେ ଆକ୍ରମଣ କରିବାକୁ ରୁଷ ମନା କରିଦେଇ ଥାଇପାରେ, କିନ୍ତୁ ଆସନ୍ତା କିଛି ଘଣ୍ଟା ମଧ୍ୟରେ ଯୁଦ୍ଧ ଘୋଷଣା କରିବ ବୋଲି ଜଣାପଡ଼ିଛି । ବ୍ରିଟିଶ ଗଣମାଧ୍ୟମ କହିଛି ଯେ, ରୁଷ ଯୁଦ୍ଧ ପାଇଁ ପ୍ରସ୍ତୁତିକୁ ଜୋରଦାର କରିଛି ଏବଂ ଆସନ୍ତା କିଛି ଘଣ୍ଟା ମଧ୍ୟରେ ଯୁଦ୍ଧ ଘୋଷଣା ମଧ୍ୟ କରିପାରେ । ଏଭଳି ସମୟରେ ଆମେରିକା ରୁଷକୁ ଚୂଡ଼ାନ୍ତ ଚେତାବନୀ ଦେଇ କହିଛି ଯେ, ରୁଷ୍‌ ପାଇଁ ଯୁଦ୍ଧ ମହଂଗା ପଡ଼ିବ ।

ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଯେ, ବ୍ରିଟିଶ ଗଣମାଧ୍ୟମ ଅନୁସାରେ ଯଦି ରୁଷ ୟୁକ୍ରେନ ଉପରେ ଆକ୍ରମଣ କରେ, ତେବେ ସେ ବିନାଶ ପାଇଁ ରୁଷ୍‌ ଦାୟୀ ରହିବ । କାରଣ ଆମେରିକା ଏହି ଆକ୍ରମଣର ଉଚିତ ଉତ୍ତର ଦେବ । ଏହାପୂର୍ବରୁ ବାଇଡେନ ୟୁକ୍ରେନ ସୀମାରେ ପରିସ୍ଥିତିକୁ ସ୍ୱାଭାବିକ କରିବାକୁ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କୁ ଅନେକ ଥର କହିଛନ୍ତି । କିନ୍ତୁ ପୁତିନଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ିନାହିଁ । ଉଲ୍ଲେଖନୀୟ କଥା ହେଉଛି, ରୁଷ ପକ୍ଷରୁ କୁହାଯାଇଛି ଯେ ସେ ଯୁଦ୍ଧ ଚାହୁଁନାହିଁ ।

jay balangir
Leave A Reply

Your email address will not be published.

fifteen − 14 =

error: Content is protected !!